କ୍ରିଷ୍ଣା କପ୍ କ୍ରିକେଟ୍: ସେମିରେ ବାଟତେରମା

0

ପଦ୍ମପୁର : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ପ୍ରଥମ ମ୍ୟାଚରେ ବାଟତେରମା ଦଳ ମହୁଲପାଲି ଭେଟେରାନ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଗୌଡପାଲି ଦଳ ଜମଲା ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ ଗୌଡପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ସମସ୍ତ ଉଇକେଟ ରେ ମାତ୍ର ୩୩ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ବାଟତେରମା ଦଳ ୩ ଉଇକେଟ ହରାଇ ଆବଶ୍ୟକ ରନ କରି ବିଜୟୀ ହୋଇଥିଲେ। ମ୍ୟାଚ ଶେଷରେ ଡିଲେଶ୍ବର ବାଗ ମୁଖ୍ୟ ଅତିଥି ଓ ବେଣୁପାଣି ମେହେର ସମ୍ମାନିତ ଅତିଥି ରୂପେ ଯୋଗଦେଇ ବାଟତେରମା ଦଳର ମୁକେଶ ଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଦିଲୀପ ଭୋଇ, ଅନ୍ତର୍ଯ୍ୟାମୀ ପ୍ରଧାନ, ଅନୀଲ ଓ ରଜତ ଅମ୍ପାୟାରିଂ, ମତିଲ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ପ୍ରଶାନ୍ତ ଓ ଦିଲୀପ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ବାଦଲ, ରାଜକିଶୋର, ରାହୁଲ, ସୁଜିତ, ପ୍ରୀୟମ, ବିପ୍ଲବ, ଦିନେଶ, ପ୍ରତାପ ଆଦି ସହଯୋଗ କରିଥିଲେ। ଆସନ୍ତାକାଲି ପ୍ରଥମ ମ୍ୟାଚ କୁଚିପାଲି ଓ ଦହିଗାଁ ମଧ୍ୟରେ ଏବଂ ଦ୍ବିତୀୟ ମ୍ୟାଚ ମହୁଲପାଲି ଓ ଗ୍ରିଞ୍ଜେଲ ମଧ୍ୟରେ ଖେଳାଯିବ।

Leave A Reply

Your email address will not be published.