ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ଜୀବା କ୍ଲଷ୍ଟର ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ରସିକରାଜପୁର ଠାରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ତଥା ଆଗୁଆ ପେନସନ୍ ଦସ୍ତାବିଜ ପ୍ରଦାନ ସଭା ଅନୁଷ୍ଠିତ ହୋଇଯାଇଛି।
ସୂଚନାଯୋଗ୍ୟ ଯେ, ଆଦାନଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ ପ୍ରଭା ପଟ୍ଟନାୟକ ଚଳିତ ମାସ ୩୧ ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିବେ। ଏଣୁ ଆଗୁଆ ଭାବେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ସର୍ଜନା ପୂର୍ବକ ହିସାବ ନିୟତ୍ରକଙ୍କ ଚିଠା ଓ ପେନସନ୍ ଦସ୍ତାବିଜ ସମେତ ମାନପତ୍ର , ଉପଢୌକନ , ଉପହାର ଇତ୍ୟାଦି ପ୍ରଦାନ କରାଯାଇଥିଲା।
ଶ୍ରୀମତି ପଟ୍ଟନାୟକ ଜଣେ ଆଦର୍ଶ ଓ ଉତ୍ସର୍ଗୀକୃତ ଶିକ୍ଷୟତ୍ରୀ ଅଟନ୍ତି। ଗୁମ୍ମା ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ଵ କାଳ ଧରି ଶିକ୍ଷକତା କରି ଅନେକ ଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଭଲ ମଣିଷ ସୃଷ୍ଟି କରି ପାରିଛନ୍ତି।
ଏହି ପରିପ୍ରେକ୍ଷୀରେ ଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନୟନ ରଞ୍ଜନ ମଣ୍ଡଳଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଜୀବା କୃଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ , ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ , ଗୁମ୍ମା ବ୍ଳକର ସମସ୍ତ ସିଆରସିସି ,ଏବିଇଓ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ , ଜିଲ୍ଲା ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷା ଗଜପତି କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ଏହି ବର୍ଣ୍ଣାଢ୍ଯ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.