କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ନିୟମଗିରି ପାହାଡ ପାଦତଳେ ଥିବାପାର୍ଶାଲି ପଞ୍ଚାୟତରେ ଓପିଲିପି ତରଫରୁ ପଞ୍ଚାୟତ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ବିଡ଼ିଓ ସୁଧାକର ରଇତ,ଜିଲା ମଙ୍ଗଳ ଅଧିକାରୀ ତଥା ଭାରପ୍ରାପ୍ତ ସ୍ୱତନ୍ତ୍ର ଅଧିକାରୀ ଅଶୋକ କୁମାର ଶତପଥୀ, ପାର୍ଶାଲି ସରପଞ୍ଚ ବାମ କାଡ୍ରାକା,ଏନ ଜିଓ ଫାର ସଂଯୋଜକ ପ୍ରମିଳା ସ୍ୱାଇଁ ମଞ୍ଚାସିନ ରହିଥିଲେ । ନିୟମଗିରି ପାହାଡ ରେ ବସବାସ କରୁଥିବା ଡଙ୍ଗରିଆକନ୍ଧ ମାନେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ସ୍ଥାନୀୟ ବଜାରରେ ନେଇ ବିକ୍ରି କରିବା ପାଇଁ ଏକ ମିନି ଭ୍ୟାନ ପ୍ରଦାନ କରାଯାଇଛି ।୧୫ ଜଣ ଲୋକଙ୍କୁ ଓପିଲିପି ତରଫରୁ ୨୨୫୦୦ ଟଙ୍କା ଦେବା ବଦଳରେ ସେହିମାନଙ୍କୁ ଦୋକାନ କରିବାକୁ୧୮୦୦୦ଟଙ୍କା ଚେକ ଦେବା ସହ ଗୋଟିଏ ଲେଖାଏଁ ସାଇକଲ ପ୍ରଦାନ କରାଯାଇଛି ।
ପାର୍ଶାଲି ରେ ଥିବା ୩୦ଟି ଗ୍ରୁପ କୁ ନେଇ ବନଧନ ବିକାଶ କେନ୍ଦ୍ର ଗଠନ କରାଯାଇଛି ।ସେହି ଗ୍ରୁପ କୁ ଖଲି ସିଲାଇବା ପ୍ରେସ ମେସିନ ଯୋଗାଇ ଦେବା ସହ ୪ ଟି ପୋଷାକ ସିଲେଇ ମେସିନ ମଧ୍ୟ ପ୍ରଦାନ କରାଯାଇଛି । ନିୟମଗିରିର ପ୍ରତ୍ୟେକ ଗାଁରେ ଥିବା ଗ୍ରାମ୍ୟ ଉନ୍ନୟନ କମିଟିର ସଭ୍ୟ ଭଲ କାମ କରୁଥିବା ଯୋଗୁଁ ଚାଟିକଣା, ଫାକେରି ଓ କାଡ୍ରାକାବଣ୍ଡଲୀ ଗାଁ ୩ ଜଣ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଛି ।ଏଥିରେ ନିୟମ ଗିରି ପାହାଡର ଡଙ୍ଗରିଆ କନ୍ଧ ମହିଳା ପୁରୁଷ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ।ଏହାକୁ ଓପିଲିପି ର ପ୍ରଜେକ୍ଟ ମ୍ୟାନେଜର ସଞ୍ଜୟ କୁମାର ସ୍ୱାଇଁ ପରିଚାଳନ କରିଥିବା ବେଳେ ଡଙ୍ଗରିଆ କନ୍ଦ ଉନ୍ନୟନ ସଂସ୍ଥା ର କର୍ମଚାରୀ ଉପସ୍ଥିତ ରହି ଥିଲେ ।ଏବଂ ବିଜେଡି ଦଳୀୟ କର୍ମୀ ଓ ନେତା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.