ଡାହାଣୀ ଓ ଗୁଣିଗାରେଡି ଦୂରୀକରଣ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

0

ମୟୂରଭଞ୍ଜ(ଦିଲ୍ଲୀପ ମହାନ୍ତି )- ଆଧୁନିକ ଓଡ଼ିଶାର ଏକବିଂଶ ଶତାବ୍ଦୀରେ ପହଞ୍ଚିଥିଲେ ମଧ୍ୟ କେତେକ ଅସାମାଜିକ କାର୍ଯ୍ୟପାଇଁ ଏବେ ମଧ୍ୟ ଅତ୍ୟାଚାରିତ ଓ ନିଷ୍ପେଶିତ ହେଉଛନ୍ତି ଅନେକ ନୀରିହ ଜନତା। ଆଜି ମଧ୍ୟ ଅନେକ ନିରିହ ନାରୀ ଅତ୍ୟାଚାରିତ ହେଉଛନ୍ତି ଡାହାଣି ଆଖ୍ୟା ପାଇ । ଏହା ବେଶୀ ପରିମାଣରେ ହେଉଛି ଆଦିବାସୀ ଅଞ୍ଚଳମାନଙ୍କରେ । ତେଣୁ ଏହି ପ୍ରକାର ଏକ ଘୃଣ୍ୟ ଆସାମାଜିକତା , ଅନ୍ଧ ବିଶ୍ବାସ ଓ କୁସଂସ୍କାର ଦୁରୀକରଣ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିଲା ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ବିଶ୍ଵବିଦ୍ୟାଳୟ । ଏକ ସଚେତନତା ରଥ ଓ ବିଶାଳ ରାଲି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଦିଗଦର୍ଶନ ଓ ପରାମର୍ଶ ସହ ଅନେକ ବ୍ୟକ୍ତି ବିଶେଷଙ୍କ ସହଯୋଗରେ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ଆୟୋଜନ କରିଥିବା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ରାଳିକୁ ମୟୁରଭଞ୍ଜ ଜିଲ୍ଲପାଳ ବିନିତ ଭରଦ୍ଵାଜ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ଶୁଭାରମ୍ଭ କରିଥିଲେ । ବିଶ୍ୱବିଦ୍ୟାଳୟ କୁଳସଚିବ ସହଦେବ ସମଡିହା ,ବିତ୍ତ ଅଧିକାରୀ ସୁକଦେବ ତରେଇ , ଜାତୀୟ ସେବାଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ଶୁଭେନ୍ଦୁ ଦାସ,ଜାତୀୟ ସେବାଯୋଜନା ଜିଲ୍ଲା ଅଧିକାରୀ ଡ. ସ୍ମୃତିରଞ୍ଜନ ଦାସ ,ସ୍ନା କୋତର ପରିଷଦ ର ଅଧ୍ୟକ୍ଷ ପ୍ରଫେସର ଅନିଲ କୁମାର ବିଶ୍ୱାଳ , ବରିଷ୍ଠ ପ୍ରଫେସର ପ୍ରମୋଦ କୁମାର ଶତପଥୀ,ଡ଼ଃ ବିଷ୍ଣୁ ପ୍ରିୟା ହଂସଦା, ଶୁଭେନ୍ଦୁ ଶତପଥୀ, ଡ଼ଃ ଅନାମ ରାଉଳ,ଏମ ସି ଏମ କଲେଜର ଅଧ୍ୟକ୍ଷ ପ୍ରଦୀପ ନାୟକ,ମୀରା ସେନାପତି, ଜ୍ୟୋସ୍ନା ଘୋଷ,ବିଜୟା ନାୟକ,ହରି ଶଙ୍କର ମହାକୁଡ, ମାନସୀ ବାରିକ, ଡ଼ଃ ଚନ୍ଦ୍ର ଶେଖର ଜେନା ଡ଼ଃ ପ୍ରତାପ ଜେନା ଯୋଗ ଦେଇ ଡାହାଣୀ ଅନ୍ଧ ବିଶ୍ଵାସ ଦୂର କରିବା ଉପରେ ସଚେତନତା ର ବାର୍ତା ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ବିଷ୍ଣୁ ପ୍ରିୟା ହଂସଦା, ଶୁଭେନ୍ଦୁ ଶତପଥୀ, ଡ଼ଃ ଅନାମ ରାଉଳ,ଏମ ସି ଏମ କଲେଜ ର ଅଧ୍ୟକ୍ଷ ପ୍ରଦୀପ ନାୟକ,ମୀରା ସେନାପତି, ଜ୍ୟୋସ୍ନାଘୋଷ,ବିଜୟା ନାୟକ,ହରି ଶଙ୍କର ମହାକୁ,ମାନସୀ ବାରିକ, ଡ଼ଃ ଚନ୍ଦ୍ର ଶେଖର ଜେନା ଡ଼ଃ ପ୍ରତାପ ଜେନା ଯୋଗ ଦେଇ ଡାହାଣୀ ଅନ୍ଧ ବିଶ୍ଵାସ ଦୂର କରିବା ଉପରେଲଗାତାର ୩ ଦିନ ଧରି ସଚେତନତା ର ରଥ ସାରା ମୟୁରଭଞ୍ଜ ର ବିଭିନ୍ନ କଲେଜ ଓ ବିଭିନ୍ନ କଲେଜ ଅନ୍ତରଭୁକ୍ତ ପୋଷ୍ୟ ଗ୍ରାମ ରେ ପରିଭ୍ରମଣ କରିଥିଲେ | ତା ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ବିଭିନ୍ନ ଯାଗା ରେ ପଥପ୍ରାନ୍ତ ନାଟକ କରିଥିଲେ।ଉକ୍ତ ସଚେତନତା ର ରଥ କୁ ଜାତୀୟ ସେବା ଯୋଜନା ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ସ୍ମୃତି ରଞ୍ଜନ ଦାସ ଓ ପୂର୍ବତନ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶୁଭେନ୍ଦୁ ଶତପଥୀ ନେତୃତ୍ୱରେ ସାରା ମୟୁରଭଞ୍ଜ ର ପାଖାପାଖି ୨୫ ରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟ ଓ ୫୦ ଉର୍ଦ୍ଧ୍ବ ଗ୍ରାମ କୁ ପରିଭ୍ରମଣ କରି ଜନ ସାଧାରଣଙ୍କୁ ସଚେତନତାର ପ୍ରଚାର ପତ୍ର ଓଡ଼ିଆ ଓ ସନ୍ତାଳୀ ଭାଷା ରେ ବଣ୍ଟନ କରିଥିଲେ।ଏହି ସଚେତନତା ରଥ ଶେଷରେ ବାଙ୍ଗିରିପୋଷିରେ ପହଂଚି ବାଙ୍ଗିରିପୋଷି ରେଳ ଷ୍ଟେସନ ଠାରୁ ଲଷ୍ମୀକାନ୍ତ ଡିଗ୍ରୀ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରାଲି ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା।ପରେ ଉଡ଼ଯାପନୀ ଉତ୍ସବ ପାଳନ ହୋଇଥିଲା।

ଉକ୍ତ ଉତ୍ସବରେ ଲଷ୍ମୀକାନ୍ତ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷା ଡ଼ଃ ପୁଷ୍ପା ପାତ୍ର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ଶୁଭେନ୍ଦୁ ଦାସ, ଅନ୍ୟତମ ସଂମାନୀୟ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ସ୍ମୃତି ରଞ୍ଜନ ଦାସ, ଶୁଭେନ୍ଦୁ ଶତପଥୀ ଯୋଗ ଦେଇ ଡାହାଣୀ ସଚେତନତା ଉପରେ ସ୍ବେଚ୍ଛାସେବୀ ଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ କୁ କାର୍ଯ୍ୟକ୍ରମ ଅଧିକାରୀ ସତ୍ୟବ୍ରତ ବେହେରା ଓ ଚିସ୍ତି ଦାସ ପରିଚାଳନା କରିଥିଲେ।ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ହୀରଣ୍ୟମୟୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଭଳି ଜନହିତକର କାର୍ଯ୍ୟକ୍ରମକୁ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ମହଲରୁ ସାଧୁବାଦ ଜଣାଇବା ସହ ଶୁଭେଚ୍ଛା ବାର୍ତ୍ତା ସୁଅ ଛୁଟିଛି।ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସା ଏଭିଳି ସୁନ୍ଦର କାର୍ଯ୍ୟକ୍ରମ ସଫଳ ହେଇଥିବାରୁ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରକୁ ସାଧୁବାଦ ଓ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.