ଶିକ୍ଷାନୁଷ୍ଠାନ ର ୧୦୦ ମିଟର ପରିସରରେ ଗୁଟକା ସିଗାରେଟ୍ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରେତାଙ୍କ ଉପରେ ଚଢ଼ାଉ

0

ମୟୂରଭଞ୍ଜ(ଦିଲ୍ଲୀପ ମହାନ୍ତି )- ବାରିପଦା ସହରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ୧୦୦ ମିଟର ପରିସରରେ ବିକ୍ରି ହେଉଥିବା ଗୁଟକା ସିଗାରେଟ୍ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରେତାଙ୍କ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୋଲିସ, ଅବକାରୀ, ଡ୍ରଗ ଇନ୍ସପେକ୍ଟର ଙ୍କ ମିଳିତ ସହଯୋଗରେ କୋଟପା ଆଇନ ବଳରେ ଏହି ଚଢାଉ କରାଯାଇଥିଲା। ସହର ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟରେ ଥିବା ଦୋକାନ ଉପରେ ଚଢ଼ାଉ କରାଯାଇ ୪ ହଜାର ଟଙ୍କା ଜରିମାନା ଆଦାୟ କରା ଯାଇଥିଲା ବୋଲି ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.