ପୂର୍ବତନ ରାଜ୍ୟସଭା ସଦସ୍ୟ ଗଣେଶ୍ୱର କୁସୁମଙ୍କ ପରଲୋକ

0

ରାଉରକେଲା(ବସନ୍ତ ଜେନା): ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଟ କଂଗ୍ରେସ ନେତା ଗଣେଶ୍ୱର କୁସୁମ ଆଉ ନାହାନ୍ତି। ୮୭ ବର୍ଷ ବୟସରେ ସେ ଶୁକ୍ରବାର ଇହଲୀଳା ସମ୍ବରଣ କରିଛନ୍ତି। ସେ ଜଣେ ଅତ୍ୟନ୍ତ ପରୋପକାରୀ, ଲୋକପ୍ରିୟ ରାଜନେତା ଥିଲେ। ତାଙ୍କ ବିୟୋଗରେ କଂଗ୍ରେସ ଦଳ ଏବଂ ଅଞ୍ଚଳବାସୀ ଶୋକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲା ସଦର ବ୍ଲକ ଭଷ୍ମାରେ ୧୯୩୪ ମସିହା ମାର୍ଚ୍ଚ ୨୧ରେ ସେ ଜନ୍ମଗ୍ରହଣ କରିଥିଲେ। ସୁନ୍ଦରଗଡ଼ସ୍ଥିତ ସମଲେଶ୍ବରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସେ ୧୯୮୪ରୁ ୧୯୯୦ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିଥିଲେ। ତାଙ୍କ ବିୟୋଗରେ ଜିଲା କଗ୍ରେସ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଜିଲା ସଭାପତି ବେଣୁମାଧବ ତ୍ରିପାଠୀ, ପିସିସି ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, ନିମାଇଁ ନାଏକ, ଅଜିତ୍‌ ପ୍ରସାଦ, ପର୍ଶୁରାମ ସରାଫ,କାଳୀପଦ ସାମଲ, ସଞ୍ଜୟ ସାହୁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.