କଲ୍ୟାଣସିଂ ହପୁର ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲାକଲ୍ୟାଣସିଂ ହପୁର ବ୍ଲକ ର ବୁଡ଼ାଗୁଡା ପଞ୍ଚାୟତର ଢେପାଗୁଡା ଗାଁ ନିକଟରେ ମିନିପୋଲ ନିର୍ମାଣ ନିମନ୍ତେ ଆଜି ଶୁଭ ପକାଯାଇଛି ।ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ସୁଧୀର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିନି ପୋଲ ନିର୍ମାଣ ପାଇଁ ଶୁଭ ପକାଇଥିଲେ ।ଏହି ପୋଲ ନିର୍ମାଣ ପାଇଁ ବିଧାୟକ ପାଣ୍ଠି ଓ ଜିଲା ଖଣିଜ ପାଣ୍ଠି ରୁ ୧୪ ଲକ୍ଷ ଟଙ୍କା ବ୍ୟୟ ରେ କରା ଯିବ ।ଯଦି ପୋଲ ନିର୍ମାଣ ରେ ଆହୁରି ଅର୍ଥ ଆବଶ୍ୟକ ପଡେ ତାହା ଯୋଗାଇ ଦିଆଯିବ ବୋଲି କହିଥିଲେ । ସେହିପରି ଧାମୁଣିପଙ୍ଗା ପଞ୍ଚାୟତର ଗୁଗୁରୁମାଣ୍ଡି ଗାଁ ରେ ଆଡ଼ିବନ୍ଧ ପାଇଁ ଶୁଭ ପକାଇଥିଲେ ।ଏହା ୧୦ଲକ୍ଷ୍ୟ ଟଙ୍କା ବ୍ୟୟ ରେ ନିର୍ମାଣ କରାଯିବ ବୋଲି କହିଛନ୍ତି ।ଏହି ଦୁଇ ଗ୍ରାମବାସୀ ବହୁ ଦିନଧରି ଦାବି କରି ଆସୁଥିଲେ । ବର୍ତ୍ତମାନ ତାହା ଶୁଭ ପକାଯାଇଥିବାରୁ ଗ୍ରାମବାସୀ ଖୁସି ହୋଇ ଥିଲେ ।ଢେପାଗୁଡ଼ା ମିନି ପୋଲ ପାଇଁ ସାଂସଦ ସପ୍ତଗିରି ଶଙ୍କର ଉଲାକା ପାଣ୍ଠିରୁ ୫ଲକ୍ଷ ଟଙ୍କା ଦେଇଥିବା ଜଣାପଡିଛି ।ଏଥିରେ ବିଜେଡି ଦଳର ବ୍ଲକ ସଭାପତି ସୁନ୍ଦରରାଓ ବାଗ, ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନୁ, ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ରମାକାନ୍ତ ପରିଛା, ଏମ ଧର୍ମେନ୍ଦ୍ର ସମେତ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.