ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଦୂବାଇରେ ଫସିଥିବା ଓଡିଆ ଯୁବକ ବିଶ୍ବରଂଜନ ରାଉତରାୟଙ୍କୁ ଭାରତ ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଆଜି ଏକ ପତ୍ର ଲେଖି ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ବ୍ଲକର ଶାଳିକଣ୍ଟା ଗ୍ରାମର କ୍ଷିରୋଦ ରାଉତଙ୍କ ପୁଅ ବିଶ୍ବରଂଜନ ଗତ ମାସ ୨୧ ତାରିଖରେ ଭଲ ରୋଜଗାର ଆଶାରେ ଦୁବାଇ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ଦୈନିକ ୮ ଘଣ୍ଟା ଶ୍ରମ ବଦଳରେ ମାସିକ ୫୦,୦୦୦ ଟଙ୍କା ପାରିଶ୍ରମିକ ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଶ୍ବରଂଜନଙ୍କୁ ୧୨ ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଇଥିଲା। ଏଥିରେ ଅରାଜି ହେବାରୁ ଏକ ଅସ୍ବାସ୍ଥ୍ୟାକର ପରିବେଶରେ ରଖି ସ୍ବଳ୍ପ ଆହାର ଦେଇ ନାନା ପ୍ରକାର ନିର୍ଯ୍ୟାତନ ଦିଆଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ବିଶ୍ବରଂଜନ ଚାକିରି ଛାଡିବାକୁ କହିବାରୁ ତାଙ୍କ ଠାରୁ କମ୍ପାନୀ କତ୍ତୃପକ୍ଷ ୧ ଲକ୍ଷ ଟଙ୍କା ଦାବି କରୁଛନ୍ତି। ଉପାୟଶୂନ୍ୟ ହୋଇ ପରିବାର ଲୋକ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଳୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅବଗତ କରାଇବା ସହ ଆଜି ଏକ ପତ୍ର ଲେଖି ବିଶ୍ବରଂଜନଙ୍କୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.