ହିଲଟପ ସ୍ନାତକ ମହାବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର ଉଦଘାଟନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ସ୍ଥିତ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ୨୦ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିରର ଉଦଘାଟନ ଉତ୍ସବ ବରିଷ୍ଠ ଅଧ୍ଯାପକ ଜଗନ୍ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ମାର୍ଶାଲ ନାୟକ, ମୁଖ୍ୟ ବକ୍ତା ବରିଷ୍ଠ ଅଧ୍ୟାପକ ପ୍ରଣବାନନ୍ଦ ପାଟ୍ଟୋଷୀ ଓ ସମ୍ମାନୀତ ଅତିଥି ଭାବେ ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଜାତୀୟ ସେବା ଶିବିରର ମହତ୍ଵ, ଲକ୍ଷ୍ୟ , ଉଦ୍ଦେଶ୍ଯ ଓ ସେବା ସମ୍ପର୍କରେ ଉପସ୍ଥିତ ବାଳିକା ବିଭାଗର ୨୩ ଜଣ ଛାତ୍ରୀ ଓ ବାଳକ ବିଭାଗର ୨୩ଜଣ ଛାତ୍ରଙ୍କୁ ବୁଝାଇଥିଲେ।
ସଭା କାର୍ଯ୍ୟ ଶେଷ ହେବାପରେ ସ୍ଵତନ୍ତ୍ର ସେବା ଶିବିରର ୪୬ ଜଣ ଛାତ୍ର ଛାତ୍ରୀ ମହାବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବାଳିକା ବିଭାଗର ଯୋଜନା ଅଧିକାରିଣୀ ଅଧ୍ଯାପିକା ରୀତା କୁମାରୀ ଶତପଥୀ ଓ ବାଳକ ବିଭାଗର ଯୋଜନା ଅଧିକାରୀ ସନ୍ତୋଷ କୁମାର ନନ୍ଦ ପରିଚାଳନା କରିଥିଲେ।

Leave A Reply

Your email address will not be published.