ମହିଳା ସଂଘ ଗ୍ରାମର ଉନ୍ନତି ଦାବି କଲେ

0 2

ପଦ୍ମପୁର : ପଦ୍ମପୁର ଉପ ଖଣ୍ତ କନସିଂହା ଗ୍ରାମ ପଂଚାୟତ ବଇଦପାଲି ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠି କେତେକ ସମସ୍ୟାର ସମାଧାନ ପାଇଁ ରାଜବୋଡାସମ୍ବର ବ୍ଲକ ଉନ୍ନୟନ ଅଧିକାରୀ ସଂକର୍ଷଣ ବେହେରାଙ୍କ ଦ୍ବାରସ୍ଥ ହୋଇଛନ୍ତି।ଉକ୍ତ ଗ୍ରାମରେ ମାତ୍ର ଗୋଟିଏ ପୋଖରୀ ଅଛି।ଗ୍ରୀଷ୍ମ ସମୟରେ ପୋଖରୀ ଶୁଷ୍କ ହୋଇଯାଏ।ତେଣୁ ପୋଖରୀ ଖନନ କରି ଏକ ଗଭୀର ନଳକୂପ କରିବାକୁ ଦାବି କରିଛନ୍ତି।ପୋଲ ନ ଥିବାରୁ ଗ୍ରାମବାସୀ ଯାତାୟତରେ ଅସୁବିଧା ଭୋଗୁଛନ୍ତି।ପୋଲ ସଂପର୍କରେ ଅନେକ ଥର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେବଳ ପ୍ରତିଶୃତି ମିଲିଛି।ତେଣୁ ପୋଖରୀ ଖନନ,ଗଭୀର ନଳକୂପ ଓ ପୋଲ ନିର୍ମାଣ କରିବାକୁ ମହିଳା ସଙ୍ଗଠନ ଦାବି କରିଛନ୍ତି।ଯୁବନେତା ଗୋବର୍ଦ୍ଧନ ଭୋଏ,ଈଶ୍ବର ନେଟୀ ସହ ମହିଳା ଗୋଷ୍ଠି ବିଡିଓଙ୍କୁ ସାକ୍ଷାତ କରି ଦାବି ଗୁଡିକ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ ।

 

Leave A Reply

Your email address will not be published.