ବରାଦୋ ପଂଚାୟତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ।

0 2

ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଢଙ୍ଗୀ: ମାହାଙ୍ଗା ବିକାଶର ଚିତ୍ରକର ତଥା ରାଜ୍ୟ ସୁନାମଧନ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ କରକମଳରେ ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ଗ୍ରାମପଂଚାୟତର ନୂତନ କାର୍ଯ୍ୟାଳୟ ଗୃହ ନବିକରଣ, ମା’ କଟକ ଚଣ୍ଡୀ ମନ୍ଦିର ନୂତନ ଗୃହ, ତୀରବିନ୍ଧା ସାମଲ ସାହି କ୍ଲବ ନୂତନ ଗୃହ, ବୈଷ୍ଣବ ସାହି ରାଧାକୃଷ୍ଣ ମନ୍ଦିର, ପାଟପାରି ଅଂଗନବାଡ଼ି କେନ୍ଦ୍ରର ନୂତନ ଗୃହ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ପଂଚାୟତ କାର୍ଯ୍ୟାଳୟ ପରିସରରେ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ବିଡ଼ିଓ କର୍ଣ୍ଣଦେବ ସମାଦାର , ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧକ୍ଷା ସବିତା ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଯୁବନେତା ଅଶୋକ କୁମାର ଓଝା, ଜିଲାପରିଷଦ ସଭ୍ୟା ସବିତା ସାମଲ, ପଂଚାୟତ ସଭାପତି ରତ୍ନାକର ବିଶ୍ୱାଳ, ସମିତି ସଭ୍ୟା ଙ୍କ ପ୍ରତିନିଧି ଧୀରେନ୍ଦ୍ରନାଥ ବେହେରା,ଜିଲାପରିଷଦ ସଭ୍ୟ ସେକ ଜାହିର ମହମଦ, ସରପଞ୍ଚ ନୃସିଂହଚରଣ ବିଶ୍ଵାଳ,ତିଳୋତମା ରାଉତ, ହିମାଂଶୁଶେଖର ପୃଷ୍ଟି,ଜ୍ଞାନରଞ୍ଜନ ରାଉତ,ଜ୍ୟୋତିପ୍ରକାଶ ସ୍ୱାଇଁ, ଯୁବନେତା ବିପ୍ଳବ କାପ,ଛାତ୍ର ନେତା ସତ୍ୟଜିତ ମହାପାତ୍ର, ସୁଶାନ୍ତ ନାୟକ, ଏମଡି ଅମିନ ଖାନ,ପ୍ରଣବ ଦାଶ,ଅଭୟ କୁମାର ରାଉତ  ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.