ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ କାର୍ଯ୍ୟନିର୍ବାହୀ କମିଟି ବୈଠକ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ କାର୍ଯ୍ୟନିର୍ବାହୀ କମିଟି ବୈଠକ ମହାବିଦ୍ୟାଳୟର ଆର୍ଟସ-ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
କମିଟିର ଡ଼ଃ ଶଙ୍କର ପ୍ରସାଦ ବକ୍ସିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଉପସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଏବଂ ସମ୍ପାଦକ ଶ୍ରୀ ନାସିର ବେଗ ପ୍ରମୁଖ ମଞ୍ଚାସୀନ ଥିଲେ ।
ବୈଠକରେ ମୁଖ୍ୟତଃ କଲେଜ ପରିସରରେ ଥିବା କଲେଜର ପୁରାତନ ଛାତ୍ର ସଂସଦର ଅତିଥିଭବନ ଓ ଆଗାମୀ ଜେନେରାଲ ବଡ଼ି ମିଟିଙ୍ଗ ସମେତ “ମୋ କଲେଜ ଅଭିଯାନ” ଆଲୁମିନି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
ଅନ୍ୟପକ୍ଷରେ ବିଭିନ୍ନ ବିଷୟ ସମ୍ପର୍କରେ ଆଲୋଚନା ଏବଂ ପୁରାତନ ଛାତ୍ର ସଂସଦର ଅତିଥିଭବନ ସମ୍ପର୍କରେ ଆଲୋଚନା କରି ସମାଧାନ ପନ୍ଥା ବାହାର କରିବା ପାଇଁ ପୁରାତନ ଛାତ୍ର ସଂସଦର ଏକ ପ୍ରତିନିଧି ଦଳ ସମ୍ପୃକ୍ତ କଲେଜ ଅଧ୍ୟକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବା ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର ଶ୍ରୀ ଦେବାଶିଷ ପାଢ଼ୀ , ଶ୍ରୀ ରୂପେଶ ସାହୁ , ଶ୍ରୀ ଗଜେନ୍ଦ୍ର ପଣ୍ଡା , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ , ଶ୍ରୀମତୀ କଳ୍ପନା ପଟ୍ଟନାୟକ , ସନ୍ତୋସିନୀ ପାଢ଼ୀ , ଶ୍ରୀ ହରିମୋହନ ପଟ୍ଟନାୟକ , ଶ୍ରୀ ଶରତ ପାତ୍ର , ଶ୍ରୀ ପାଣ୍ଟାଲା ପ୍ରସାଦ ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.