ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଜନ୍ମଦିବସ ଅବସରରେ ଅର୍ଣ୍ଣପୂର୍ଣ୍ଣା ଜୟନ୍ତୀ ଏବଂ ଦତ୍ତାତ୍ରୟ ଜୟନ୍ତୀ ପାଳନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଜନ୍ମଦିବସ ଅବସରରେ ଅର୍ଣ୍ଣପୂର୍ଣ୍ଣା ଜୟନ୍ତୀ ଏବଂ ଦତ୍ତାତ୍ରୟ ଜୟନ୍ତୀ ପାଳନ କରାଯାଇଛି ।
ଅର୍ଣ୍ଣପୂର୍ଣ୍ଣା ଦେବୀ ପାର୍ବତୀଙ୍କ ଅବତାର ସେ ଖାଦ୍ୟକୁ ଆଶୀର୍ବାଦ କରନ୍ତି ଏବଂ ଏହାକୁ ଅମୃତରେ ପରିଣତ କରନ୍ତି l ବ୍ରହ୍ମା , ବିଷ୍ଣୁ ଏବଂ ଶିବଙ୍କର ତ୍ରିଶକ୍ତି ମିଳିତରୂପ ଭଗବାନ ଦତ୍ତାତ୍ରୟଙ୍କୁ ସ୍ମରଣ କରି କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ପିଲାମାନଙ୍କୁ ସେମାନଙ୍କ ବିଷୟରେ ବୁଝାଇଥିଲେ ।
ସଂଯୋଗ କ୍ରମେ ବାଳ ମୁକୁନ୍ଦ କେନ୍ଦ୍ରର ମୁଖ୍ୟ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଜନ୍ମଦିବସ ଏବଂ କେନ୍ଦ୍ରର ଶିଶୁ ପ୍ରଣତି ଚୌଧୁରୀ ଜନ୍ମତିଥିରେ ସମସ୍ତ ଶିଶୁମାନଙ୍କ ସହିତ ଆଚାର୍ଯ୍ୟା ମନୋରମା ପତି ଏବଂ ବିଷ୍ଣୁପ୍ରିୟା ପଣ୍ଡା ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ। ଅପରାହ୍ନରେ ପରିଚ୍ଛା ମଠ ବିଜେ ଶ୍ରୀରାସିକରାଜ ମନ୍ଦିର ବେଢ଼ା ନାମ ସଂକୀର୍ତ୍ତନ ସହ ପରିକ୍ରମା କରାଯାଇ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave A Reply

Your email address will not be published.