ମନ୍ତ୍ରୀ ସୁଶାନ୍ତ ସିଂଙ୍କର ପ୍ରୟାସ କ୍ରମେ ଯୁବା ମଞ୍ଚକୁ ମିଳିଲା ନୂତନ ଆମ୍ବୁଲାନ୍ସ

0 2

ସୋହେଲା :- ଲୋକଙ୍କୁ ଉଚିତ ସମୟରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ସୋହେଲା ମାରୱାଡ଼ି ଯୁବାମଞ୍ଚ କ୍ରମାଗତ ଭାବରେ ପ୍ରୟାସ ଜାରି ରଖିଛି । ହେଲେ ଲୋକଙ୍କୁ ଅଧିକ ତ୍ୱରିତ ସେବା ଯୋଗାଇଦେବା ପାଇଁ ଆବଶ୍ୟକତା ଥିଲା ଗୋଟେ ଆମ୍ବୁଲାନ୍ସର । ଆଜି ମନ୍ତ୍ରୀ ସୁଶାନ୍ତ ସିଂଙ୍କର ପ୍ରୟାସ କ୍ରମେ ଯୁବା ମଞ୍ଚକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି ।
ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଆଜି ସୋହେଲା ମାରୱାଡ଼ି ଯୁବାମଞ୍ଚକୁ ଏକ ନୂତନ ଆମ୍ବୁଲାନ୍ସକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଅର୍ପଣ କରିବା ସହ ତାହାକୁ ଲୋକଙ୍କ ସେବାରେ ଲୋକାର୍ପଣ କରିଥିଲେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ସିଡିଏମଓ ଡାକ୍ତର ଅରୁଣ କୁମାର ପାତ୍ର,ଯୁବା ମଞ୍ଚର ସଭାପତି ଗଣେଶ ଗୋୟଲ,ସମ୍ପାଦକ ରାହୁଲ ଅଗ୍ରୱାଲ,ମହିଳା ମଣ୍ଡଳର ସଭାନେତ୍ରୀ ଶ୍ରୀମତୀ ମିନା ଅଗ୍ରୱାଲ, ସମ୍ପାଦିକା ଶ୍ରୀମତୀ ଅଞ୍ଜୁ ଅଗ୍ରୱାଲ, ଅଗ୍ରୱାଲ ସଭାର ସଭାପତି ରମେଶ ଅଗ୍ରୱାଲ,ସମ୍ପାଦକ ଚନ୍ଦ୍ର ଅଗ୍ରୱାଲ, ଆବାହକ ମୁକେଶ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ, ପଙ୍କଜ ଅଗ୍ରୱାଲ ଓ ରାଜେଶ ଅଗ୍ରୱାଲ ତଥା ପ୍ରଫୁଲ୍ଲ ପଧାନ, କୁଳମଣି ଦେୱାନ,ଗଣତନ୍ତ୍ର ପଧାନ,ପ୍ରମୋଦ ଦେବତା,ସତ୍ୟ ନାରାୟଣ ପଧାନ,ବଲବୀର ସିଂ ଠାକୁର, ସଂଜୀବ ଝାଙ୍କର,ଅନୀଲ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.