ତିଳକଣା, ନେମାଳ ଓ ପାଳଦା ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ ।

0

ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଢଙ୍ଗୀ:: ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟକ ସଦର ନିର୍ବାଚନ ମଣ୍ଡଳୀ ତିଳକଣା,ନେମାଳ ଓ ପାଳଦା ଗ୍ରାମପଂଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦାନ କରି ପଂଚାୟତର ସମସ୍ତ ଜନସାଧାରଣ ଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କରିବା ସହ ସାଧାରଣ ସଭାରେ ବିଧାୟକ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମସ୍ତ ଜନସାଧାରଣ ଙ୍କ ପାଇଁ ସୁରକ୍ଷା କବଚ ସଦୃଶ, ଏହି କାର୍ଡ ଦ୍ବାରା ଜଣେ ପୁରୁଷ ଲୋକ ୫ ଲକ୍ଷ ଓ ମହିଳା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ୱାସ୍ଥ୍ୟ ଜନିତ ଚିକିତ୍ସା ପାଇଁ ଖର୍ଚ୍ଚ କରିପାରିବେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମାଦାର ଯୋଗଦାନ କରିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ଦାସ, ବିଜେଡି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ,ବ୍ଲକ ମହିଳା ମୋର୍ଚ୍ଚା ସଭାନେତ୍ରୀ ନନ୍ଦିନୀ ନାୟକ, ସରପଞ୍ଚ ମୀନକେତନ ସ୍ୱାଇଁ, ପଂଚାୟତ ସଭାପତି ରବୀନ୍ଦ୍ର ଦାସ, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ସମିସତିଭ୍ୟ ଭାଗବତ ମଲିକ,ସରପଞ୍ଚ ବିଶ୍ୱନାଥ ପଣ୍ଡା, ପଂଚାୟତ ସଭାପତି ରମେଶ ଚନ୍ଦ୍ର ଜେନା, ସମିତିସଭ୍ୟା ସୁନିତା ସାହୁ, ପଂଚାୟତ ବିଜେଡି ସଭାପତି ବିମଳ ଦାସ, ଯୁବ ବିଜେଡି ସଭାପତି ଭୈରବ କାସ୍ତା,ବିଚିତ୍ରାନନ୍ଦ ଦାସ, ଅରକ୍ଷିତ ରାଉତ, ନରେନ୍ଦ୍ର ବାରିକ, ଯଶୋବନ୍ତ ସାହୁ, ବ୍ଲକ ବିଜେଡି ଛାତ୍ର ନେତା ବଳଦେବାନନ୍ଦ ଦାସ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଗ୍ରାମବାସୀ ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.