କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦରରେ ଥିବା ତହସିଲ କାର୍ଯ୍ୟାଳୟ ଠାରେ ଜିଲାପାଳ ଙ୍କ ଦ୍ଵାରା ଜଙ୍ଗଲଜମି ପଟା ବଣ୍ଟନ କରାଯାଇଛି ।ଆଜି ଜିଲାପାଳ ସୋରାଜ କୁମାର ମିଶ୍ର ତହସିଲ କାର୍ଯ୍ୟାଳୟ ରେ ନଥିପତ୍ର ଯାଞ୍ଚ କରିବାକୁ ଆସିଥିଲେ ସେହି ସମୟରେ ପୂଜାରିଗୁଡ଼ା ପଞ୍ଚାୟତର ଢ଼ିମିରିବାଡ଼ି, ଲଟାଗୁଡା ଓ ରାଉତ ପରଡିଗୁଡା ଗ୍ରାମ ବାସୀ ଜଙ୍ଗଲ ଜମି ପଟା ନେବାକୁ ଆସିଥିବା ଜାଣିପାରି ସେହି ମାନଙ୍କୁ ୫୫ ଟି ଜଙ୍ଗଲ ଜମି ପଟା ବଣ୍ଟନ କରିଥିଲେ ।ଏଥିରେ ତହସିଲଦାର ଦେବାଶିଷ କର ,ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି ,ବ୍ଲକ ଜଙ୍ଗଲ ଜମି ସଂଯୋଜକ ମଦନ ସୁନ୍ଦର ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post