ଅସହାୟ ହୋଇ ଶେଷରେ ନିଜକୁ ଅନାଥ ଘୋଷଣା କଲେ……

0

 

ଚାଇଲ୍‍ଡ ଲାଇନ ଦ୍ୱାରା ଅନାଥ ବାଳକକୁ ଥଇଥାନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଅସହାୟ ହୋଇ ଶେଷରେ  ଜଣେ ୧୬ ବର୍ଷିୟ ନାବାଳକ ନିଜକୁ ସ୍ୱୟଂ ଅନାଥ ବୋଲି ଘୋଷଣା କରିଛନ୍ତି ଓ ଚାଇଲ୍‍ଡ ଲାଇନ ର ସହାୟତା ଲୋଡିଛନ୍ତି । ସଂପୁର୍ଣ୍ଣ ବିବରଣୀଟି ହେଲା ଗତ ତା. ୨୩.୦୭.୨୦୧୮ରିଖରେ ଉକ୍ତ ନାବଳକ ଯାହାଙ୍କ ଛଦ୍ମନାମ ଜଗା ଚାଇଲ୍‍ଡଲାଇନର ପାରଳାଖେମୁଣ୍ଡି ସ୍ଥିତ କାର୍ଯ୍ୟାଳୟକୁ ଆସି ସାହାଯ୍ୟର ଅନୁରୋଧ ରଖିଥିଲେ । ଜଗା ଲିଖିତ ପତ୍ର ଓ କହିବା ଅନୁସାରେ ସେ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳର ବାସିନ୍ଦା, ୩ବର୍ଷ ବୟସରେ ନିଜ ମାତାଙ୍କୁ ହରାଇଲେ ଓ ଯେତେବେଳେ ୯ବର୍ଷ ପୁରିଲା ନିଜ ପିତାଙ୍କୁ ମଧ୍ୟ ହରାଇଲେ । ମାତାପିତାଙ୍କ ମୃତ୍ୟୁ  ପରେ ଗ୍ରାମବାସୀ ଓ ଜ୍ଞାତିକୁଟୁମ୍ୱଙ୍କ ସହାୟତାରେ ନିଜ ଶିକ୍ଷା ଓ ଜୀବନ ନିର୍ବାହ କରିଥିଲେ । ଜଣେ ସମ୍ପର୍କୀୟ ମାମୁଁଙ୍କ ଯାହାଙ୍କ ନାମ ଦଣ୍ଡିପାଣୀ ଭୂୟାଁଙ୍କ ସହାୟତାରେ ମଙ୍ଗରାଜପୁର ନିକଟସ୍ଥ କେ.କେ.ସିଂ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ଉତ୍ତୀର୍ଣ୍ଣ କରିବା ପରେ ଡ. ମହେନ୍ଦ୍ର କୁମାର ଭୂୟାଁ ଅନ୍ୟ ଜଣେ ସମ୍ପର୍କୀୟ ମାଁମୁଙ୍କ ଘରେ ରହି ବି.ସିତାପୁର ସ୍ଥିତ ଗୋପିନାଥ ଗଜପତି ଉଚ୍ଚ ବିଦ୍ୟାଳୟରୁ ନିଜର ମାଧ୍ୟମିକ ଶିକ୍ଷା ସମ୍ପୁର୍ଣ୍ଣ କରିଥିଲେ ।  ନିଜର ଉଚ୍ଚ ଶିକ୍ଷା ପାଇବାର ଆଶା ନେଇ ନିଜ ବନ୍ଧୁବର୍ଗଙ୍କୁ ଜଣାଇଲେ, କିନ୍ତୁ ତାଙ୍କ ପ୍ରତି କୌଣସି ସହାୟତାର ହାତ ବଢାଇଲେ ନାହିଁ । ଶେଷରେ ନିରାଶ ହୋଇ ସରକାରୀ ସହାୟତା ନିମନ୍ତେ ସେ ବାଧ୍ୟ ହେଲେ  ନିଜକୁ ଅନାଥ ଘୋଷଣା କରିବାକୁ ଓ ନିଜ ଦୁଃଖ ଜଣାଇ ଚାଇଲ୍‍ଡ ଲାଇନକୁ ଅନୁରୋଧ ରଖିଲେ । ସମସ୍ତ ବିଷୟ ଶୁଣିଲା ପରେ ଶ୍ରୀ ସାଇ ପ୍ରସାଦ ସାମଲ,କେନ୍ଦ୍ର ସଂଯୋଜକ ତାଙ୍କୁ ସମର୍ପଣ କରିବାର ସରକାରୀ ନିୟମ ଅବଗତ କରାଇଥିଲେ ଓ ତାଙ୍କ ସମ୍ପର୍କୀୟଙ୍କୁ ପାରଳାଖେମୁଣ୍ଡି ଆସିବା ପାଇଁ କହିଥିଲେ । କିନ୍ତୁ ତିନିଦିନ ବ୍ୟବଧାନ ପରେ ଜଗା ପୁଣି ନିରାଶରେ ଫେରି ଆସି କହିଲେଯେ ତାଙ୍କ ମଉସା ଓ ପିଉସୀ କଥା ଦେଇ ଆସିନାହାନ୍ତି । ଏଭଳି ପରିସ୍ଥିତିରେ ଜଗାଙ୍କୁ ଆଶ୍ରୟର ସୁବିଧା  କରିବା ସହିତ ତାଙ୍କ ଶିକ୍ଷାରେ ଯେଭଳି ବାଧା ନଉପୁଜେ ସେ ପ୍ରତି ଧ୍ୟାନ ଦେବା ଅନିବାର୍ଯ୍ୟ  ହୋଇପଡିଲା । ଉକ୍ତବିଷୟ ପ୍ରତି ଧ୍ୟାନ ଦେଇ ଶିଶୁଟିକୁ ଶିଶୁ ମଙ୍ଗଳ ସମିତି ଆଗରେ କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଅଧୀନିୟମ ୨୦୧୫, ଅନୁଭାଗ ୩୧(୧) ଅନୁସାରେ ଉପସ୍ଥାପନ କରାଗଲା । ସମିତି ଶିଶୁଟି ସହ ପରାମର୍ଶ କରିବା ପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସ୍ଥିତ ମୁକ୍ତ ଆଶ୍ରୟ ସ୍ଥଳୀକୁ ପଠାଇଦେଇଛନ୍ତି । ଜଣେ ମାତାପିତାଙ୍କୁ ହରାଇ ବୟସର ଏଭଳି ସୀମାରେ ପହଞ୍ଚି ଓ କୌଣସି ବନ୍ଧୁ ବାନ୍ଧବଙ୍କ ସହାୟତାରୁ ବଞ୍ଚିତ ହେବା ପରେ ଯଦି ସେ ଅନାଥ ଘୋଷିତ ହୁଏ ତାଙ୍କୁ   ଯେଭଳି ସମସ୍ତ ସରକାରୀ ସୁବିଧା ପାଇବେ ସେ ପ୍ରତି ଦୃଷ୍ଟି ଦେବା ବିଷୟ ଶ୍ରୀ ସୁଧୀର ସାବତ, ନିର୍ଦ୍ଦେଶକ, ଚାଇଲ୍‍ଡଲାଇନ, ଗଜପତି କହିଛନ୍ତି ।

 

Leave A Reply

Your email address will not be published.