ପାରାଦୀପ କର୍ମଚାରୀ ମିଳିତ ମଞ୍ଚର ଷ୍ଟିଭେଡୋର୍ସ  ଆସୋସିଏସନ୍କୁ ଚେତାବନୀ

0

ପାରାଦୀପ (ଉପେନ୍ଦ୍ର ଗୁରୁ)  ପାରାଦୀପ କର୍ମଚାରୀ  ଶ୍ରମିକ ମିଳିତ ମଞ୍ଚ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବା ଇତି ମଧ୍ୟରେ ୪ମାସ ବିତିଯାଇଥିଲେ ହେଁ ମଳିଥିବା ପ୍ରତିଶୃତି କାର୍ଯ୍ୟକାରୀ ନ କରିବା ପ୍ରତିବାଦରେ ଅନିର୍ଦ୍ଧଷ୍ଟ କାଳ ପର୍ଯ୍ୟନ୍ତ ପୁନର୍ବାର କାର୍ଯ୍ୟବନ୍ଦ ଆନେ୍ଦାଳନ ପାଇଁ ଚେତାବନୀ ଦେଇଛି । ପାରାଦୀପ କର୍ମଚାରୀ ଶ୍ରମିକ ମିଳିତ ମଞ୍ଚ, ବନ୍ଦର ନିଷିଦ୍ଧାଞ୍ଚଳ ଭିତରେ ପଣ୍ୟ ଆମଦାନୀ ଓ ରପ୍ତାନୀ କାରୀ ମାନଙ୍କ ପଣ୍ୟ ପରିବହନରେ ନିୟୋଜିତ ଷ୍ଟିଭେଡୋର୍ସ ଏବଂ ସେମାନଙ୍କୁ ସହଯୋଗୀ ଠିକା ସଂସ୍ଥାଗୁଡିକ ଅଧିନରେ ଦୀର୍ଘବଷ ର୍ଧରି କାମ କରି ଆସୁଥିବା ଅପରେଟର, ହେଲପର, ସୁପରଭାଇଜର, ମେକାନିକ୍, ଡ୍ରାଇଭର ମାନଙ୍କ ବିଭିନ୍ନ ଦାବିକୁ ନେଇ ପାରାଦୀପ କର୍ମଚାରୀ ଶ୍ରମିକ ମିଳିତ ମଞ୍ଚ ଗତ ମାର୍ଚ ୨୨ତାରିଖରେ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ କରିଥିଲେ । ବାରାମ୍ବାର ଆନେ୍ଦାଳନ, ବିକ୍ଷୋଭ, ପ୍ରତିବାଦ ସତ୍ତେ୍ୱ ଷ୍ଟିଭେର୍ଡୋସ, ଠିକାସଂସ୍ଥାଗୁଡିକ ଶ୍ରମିକ ଓ କର୍ମଚାରୀ ମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରିନଥିଲେ । କାର୍ଯ୍ୟବନ୍ଦ ଓ ଆଲୋଚନା କରିବା ପରେ ପାରାଦୀପ ଷ୍ଟିଭେଡୋର୍ସ ଆସୋସିଏସନ ଓ ପାରାଦୀପ କର୍ମଚାରୀ ଶ୍ରମିକ ମିଳିତ ମଞ୍ଚ ମଧ୍ୟରେ ଆପୋସ ଆଲୋଚନା  ପରେ ନିର୍ଭର ପ୍ରତିଶୃତି ମିଳିବା ପରେ କର୍ମଚାରୀ ଓ ଶ୍ରମିକ ମାନେ ଆନେ୍ଦାଳନରୁ ଓହରିଥିଲେ । ଶ୍ରମିକ ଓ କର୍ମଚାରୀ ମାନଙ୍କ ଦୀର୍ଘବର୍ଷର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଉଭୟ ପକ୍ଷର ପ୍ରତିନିଧି ମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ମଧ୍ୟ ଏହି ଅବସରରେ ନିଷ୍ପତି ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନଥିଲା । ଅପରପକ୍ଷେ ଷ୍ଟିଭେଡୋର୍ସ ଠିକା ସଂସ୍ଥାଗୁଡିକ ଏ ଦିଗରେ ଟାଳଟୁଳ ନୀତି ପୋଷଣ କରିବା ସାଙ୍ଗକୁ ପୂର୍ବରୁ ଚାକିରିରୁ ଛଟେଇ କରିବା ଶ୍ରମିକ ମାନଙ୍କୁ ଉଦ୍ୟେଶ ମୂଳକ ଭାବେ ପୁନଃ ନିଯୁକ୍ତି କରୁନାହାଁନ୍ତି କି ବଦଳି ହୋଇଥିବା କର୍ମଚାରୀ ମାନଙ୍କୁ  ପୂର୍ବସ୍ଥାନକୁ ଫେରାଇ ଆଣୁ ନାହାଁନ୍ତି । ଏ ଦିଗରେ ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ କୌଣସି  ସୁଫଳ ମିଳୁ ନାହିଁ । ୧୩ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜୁଲାଇ ୨୩ରେ ପାରାଦୀପ ସ୍ଥିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, କେନ୍ଦ୍ରୀୟ ଶ୍ରମମନ୍ତଣାଳୟ ଅଧିକାରୀ ଓ ପାରାଦୀପର ସମସ୍ତ ଷ୍ଟିଭେଡୋର୍ସ, ଠିକାସଂସ୍ଥା ମାନଙ୍କୁ ପୃଥକ ପୃଥକ ଭାବେ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଆଗାମୀ ୧୫ଦିନ ଭିତରେ ଶ୍ରମିକ ଓ କର୍ମଚାରୀ ମାନଙ୍କ ସମସ୍ତ ଦାବି ପୂରଣ ନହେଲେ ପୁଣିଥରେ ବନ୍ଦରର ନିସିଦ୍ଧାଞ୍ଚଳ ମଧ୍ୟରେ କାର୍ଯ୍ୟ ବନ୍ଦ ଆନେ୍ଦାଳନ ହେବ ବୋଲି ଏହି ଅବସରରେ ଚେତାବନୀ ଦିଆଯାଇଛି । 

Leave A Reply

Your email address will not be published.