ଜଳାଇଲେ ଦାମଙ୍କ କୁଶପୁତ୍ତଳିକା, ଇସ୍ତଫା ଦାବୀ ଜୋରଦାର 

0

 

ବାଲେଶ୍ୱରରୁ ଉଜ୍ଜ୍ୱଳ କର : ବିଜେପି ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି ରାଜ୍ୟ କୃଷିମନ୍ତ୍ରୀ ଡା ଦାମୋଦର ରାଉତଙ୍କ ତାଚ୍ଛଲ୍ୟ ଆକ୍ଷେପକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ମୋର୍ଚ୍ଚାର ସଭାପତି କମଳା ବିନ୍ଧାଣୀଙ୍କ ନେତୃତ୍ୱରେ ଏକ ପଥପ୍ରାନ୍ତ ପ୍ରତିବାଦ ସଭା ଓ ବିକ୍ଷୋଭ ସ୍ଥାନୀୟ ଫାଣ୍ଡିଛକଠାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ଅନୁ ମହାନ୍ତି, ମହୁଆ ପ୍ରଧାନଙ୍କ ସମେତ ବହୁ ମହିଳା ନେତ୍ରୀ ଓ କର୍ମୀ ଯୋଗଦେଇ ମନ୍ତ୍ରୀ ଡାକ୍ତର ରାଉତଙ୍କ ଆଚରଣ ଓ ଉଚ୍ଚାରଣକୁ ତୀବ୍ର ନିନ୍ଦା କରିଥିଲେ । ଜଣେ ମନ୍ତ୍ରୀ ଭାବେ ସେ ଶାଳୀନତା ଭୁଲିଯିବା ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଥିଲେ । ମନ୍ତ୍ରୀ ପଦରୁ ତୁରନ୍ତ  ଇସ୍ତଫା ଦେବାକୁ ସେମାନେ ଦାବି କରିଥିଲେ । ଏହି ଅବସରରେ ମହିଳା କର୍ମୀମାନେ ଡାକ୍ତର ରାଉତଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

Leave A Reply

Your email address will not be published.