ଜିଲ୍ଲାପାଳ ସମ୍ମିଳନୀ : ସଚିବ ମାନେ ପ୍ରତିମାସରେ ୪ ଦିନ ଜିଲ୍ଲା ଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଭୁବନେଶ୍ୱର :  ସାଧାରଣ ଲୋକ ହେଉଛନ୍ତି ଗଣତନ୍ତ୍ର ଓ ଶାସନର ମୂଳ କେନ୍ଦ୍ର । ସେମାନଙ୍କ ପାଖରେ ସେବା ପହଂଚିବା ଦରକାର । ଏହି ସେବା କିପରି ସୁବିଧାରେ ସେମାନଙ୍କ ପାଖରେ ପହଂଚି ପାରିବ ଏବଂ ସେମାନେ ଏହାର ସୁଫଳ ପାଇପାରିବେ ତାହା ଜିଲ୍ଲାପାଳ ମାନଙ୍କର ପ୍ରଧାନ ଦାୟିତ୍ୱ । ବିଶେଷ କରି ତଳ ସ୍ତରରେ ରହୁଥିବା ଲୋକମାନେ ଏହି ସୁବିଧା ଯେପରି ପାଇ ପାରିବେ ତାହା ଉପରେ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଉନ୍ନୟନ ଏବଂ କଲ୍ୟାଣମୂଳକ କାର୍ୟ୍ୟକ୍ରମ ବା ଯୋଜନାଗୁଡିକର ତଳ ସ୍ତରରେ କାର୍ୟ୍ୟକାରୀତାର ତଦାରଖ କରିବା ସହ ସଫଳତା ମୂଲ୍ୟାୟନ କରିବା ପାଇଁ ବ୍ଲକ୍ସ ଠାରୁ ଠାରୁ ଆରମ୍ଭ କରି ମୁଖ୍ୟ ଦପ୍ତର ପର୍ୟ୍ୟନ୍ତ ଥିବା ତଦାରଖ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଶନିବାର ଦିନ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ସଚିବ ମାନେ ଉପରୋକ୍ତ କାର୍ୟ୍ୟକ୍ରମ ଗୁଡିକର ସମୀକ୍ଷା କରିବା ପାଇଁ ପ୍ରତିମାସର ପ୍ରଥମ ସପ୍ତାହର ୪ ଦିନ ଜିଲ୍ଲା ଗସ୍ତରେ ଯିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଯୋଜନାର କାର୍ୟ୍ୟନ୍ୱୟନ ପାଇଁ ବିଭାଗୀୟ ମୁଖ୍ୟଙ୍କ ଠାରୁ ଅ।ରମ୍ଭ କରି ବ୍ଲକ୍ ସ୍ତରୀୟ ସମ୍ପ୍ରସାରଣ ଅଧିକାରୀ ପର୍ୟ୍ୟନ୍ତ ସମସ୍ତଙ୍କୁ କ୍ଷେତ୍ର ପରିଦର୍ଶନରେ ଯିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତିି । ଏ ସମ୍ପର୍କିତ ନିର୍ଦ୍ଦେଶନାମା ଓ ଗାଇଡଲାଇନ୍ ଶୀଘ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୮ ମାସ ପରେ ଓଡିଶାରେ ମୌସୁମୀ ଫେରିବ । ତାହା ପୂର୍ବରୁ ବିଭାଗ ପକ୍ଷରୁ ଚାଲିଥିବା ସମସ୍ତ କାମ ଗୁଡିକ ଶେଷ କରିବା ପାଇଁ କାର୍ୟ୍ୟ ତ୍ୱରାନ୍ୱିତ କରିବାପ ।ଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳମାନଙ୍କ ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଗତ ଜୁଲାଇ ମାସରେ ହୋଇଥିବା ଜିଲ୍ଲାପାଳ ସମ୍ମିଳନୀରେ ସେ ତିନୋଟି ପ୍ରସଙ୍ଗରେ ଗୁରୁତ୍ୱ ଦେଇଥିଲେ । ସେଗୁଡ଼ିକ ହେଲା ଟେକ୍ନୋଲୋଜି, ଟିମ୍ ୱାର୍କ ଓ ଟ୍ରାନ୍ସପରେନି୍ସ । ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇବା ପାଇଁ ସେ ବୈଷୟିକ ଜ୍ଞାନର ଉପଯୋଗିତା, ଦଳଗତ କାର୍ୟ୍ୟ ଓ ସ୍ୱଚ୍ଛତା ଉପରେ ଗତ ଜିଲ୍ଲାପାଳ ବୈଠକରେ ଗୁରୁତ୍ୱ ଦେଇଥିଲେ । ସେହିପରି ଗତ ବୈଠକରେ ଦିଅ।ଯାଇଥିବା ପରାମର୍ଶ ଉପରେ କଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଚିବ ଓ ଜିଲ୍ଲାପାଳମାନଙ୍କୁ କହିଥିଲେ । ଏହା ଅ।ସନ୍ତା ୧୫ ଦିନ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି ।

 

 

 

 

 

 

 

Leave A Reply

Your email address will not be published.