୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଉଦ୍ଘାଚିତ 

0

 

ଘୁ  ଉଦୟଗିରି ( ଗଗନ ପ୍ରଧାନ) : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରଙ୍ଗିଟିଆ ତରଫରୁ ଝିମାଙ୍ଗିଆ ମୌଜାରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍ଘାଟି୍ତ ହେବା ସହ ବିଦ୍ୟାଳୟର ୨୩ତମ ପ୍ରତିଷ୍ଠା  ଦିବସ ପାଳିତ ହୋଇଯାଇଛି  ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଡିଓ ମିତାଞ୍ଜଳୀ ଦାସ, ମୁଖ୍ୟ ବକ୍ତା ଭାବେ ତହସିଲଦାର ଭିକାରୀ ଚରଣ ସାହୁ, ସରପଞ୍ଚ ବନ୍ଦିନୀ ପ୍ରଧାନ, ସମିତି ସଭ୍ୟା ଭାଗ୍ୟବତୀ ପ୍ରଧାନ ଯୋଗ ଦେଇଥିଲେ  । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଛାତ୍ରୀନିବାସ ଉଦତଘାଟନ କରିଥିଲେ  । ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତ ଶିକ୍ଷକ ମନୋଜ କୁମାର ତ୍ରିପାଠୀ, ପରିଚାଳନା କରିଥିଲେ  । ଫିଲମନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟରସମସ୍ତ କର୍ମଚାରୀ ଓ ପରିଚାଳନା କମିଟି ସଭ୍ୟସଭ୍ୟା ସହଯୋଗ କରିଥିଲେ  । 

Leave A Reply

Your email address will not be published.