ରାଉରକେଲା ଇସ୍ପାତ କାରଖାନାର ସିଲିକନ ଷ୍ଟିଲ ମିଲରେ ପ୍ରାଇମ ପ୍ରତିଶତରେ ଉନ୍ନତି ନିମନ୍ତେ ଅତ୍ୟାଧୁନିକ କଣ୍ଟ୍ରୋଲ ଡେସ୍କ ସ୍ଥାପିତ

0

27-07-18-tkl.jpg - 83.61 kB

            ରାଉରକେଲା /ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସିଲିକନ ଷ୍ଟିଲ ମିଲ ବିଭାଗରେ ସ୍ଳିଟର-୧ ଲାଇନ ଅପରେଟ କରିବା ନିମନ୍ତେ ୪ ଟି ଅତ୍ୟାଧୁନିକ କଣ୍ଟ୍ରୋଲ ଡେସ୍କ ଜିଏମ, ଇଲେକ୍ଟ୍ରିକଲ, ଶ୍ରୀ କେ ଭି ରମଣାଙ୍କ ଦ୍ଵାରା ଜୁଲାଇ ୨୬ ତାରିଖରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଏସଏସଏମ ବିଭାଗର ଡ଼ିଜିଏମ ଇନ ଚାର୍ଜ,  ଏ ବିଶ୍ଵାସ, ଡ଼ିଜିଏମ,  ସି ଆର ମିଶ୍ର, ଅପରେଟର ଏଚଏମଆଇ ଯୁକ୍ତ  ଅତ୍ୟାଧୁନିକ କଣ୍ଟ୍ରୋଲ ଡେସ୍କ ଦ୍ଵାରା ପରିବର୍ତ୍ତନ କରାଯାଇଥିଲା।  ଏହାର ସ୍ଥାପନାରେ ୯.୬୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଗତ ମାସରେ କମିଶନ କରାଯାଇଥିବା ଉକ୍ତ କଣ୍ଟ୍ରୋଲ ଡେସ୍କ ଅପରେଟର ମାନଙ୍କର କାର୍ଯ୍ୟନିପୁଣତାରେ ଉନ୍ନତି ଆଣିପାରିଛି ତଥା ସମସ୍ୟାର ତ୍ଵରିତ ସମାଧାନରେ ସହାୟକ ହୋଇଛି । ଏହି ନୂତନ ବ୍ୟବସ୍ଥା ସିଆରଏନଓ ଷ୍ଟିଲର ପ୍ରାଇମ ପ୍ରତିଶତରେ ଉନ୍ନତି ଆଣିଛି ଯାହା କାରଖାନା ପାଇଁ ଅଧିକ ରାଜସ୍ୱ ହାସଲରେ ସହାୟକ ହେବ।

 

 

 

Leave A Reply

Your email address will not be published.