କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ର ଖଜୁରୀଗୁଡା ଓ ପରଡିଗୁଡା ମଝିରେ ଥିବା ଚିକିଟା ନାଳ ପାଖରେ ଭାରସାମ୍ୟ ହରାଇ ମେଟାଲ ବୋଝେଇ ଟିପର ଓଲଟି ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି ।ଆଜି ସକାଳୁ OD 18C 8177 ଟିପର ଟି ମେଟାଲ ବୋଝେଇ କରି କଲ୍ୟାସିଂହପୁର ଆଡ କୁ ନେଇଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଗାଡି ଚାଳକ ଓ ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି ।ଉକ୍ତ ଖବର ପାଇ ଗାଡି ମାଲିକ ବା ଠିକାଦାର ପହଞ୍ଚି ଆହତ ଡ୍ରାଇଭର ଓ ହେଲ୍ପର ଙ୍କୁ ନେଇ ଚିକିତ୍ସା କରିଛନ୍ତି ବୋଲି ସୂଚନା ରହିଛି।
Sign in
Sign in
Recover your password.
A password will be e-mailed to you.