ଏସ. ଇ. ଏମ.ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ୭ଦଫା ଦାବି ନେଇ ବିଡ଼ିଓଙ୍କୁ ଦାବିପତ୍ର।

0 2

କଲ୍ୟାଣସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଏସ ଇ ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ବିଡ଼ିଓ ସୁଧାକର ରଇତଙ୍କୁ ପ୍ରଦାନ କରାଯାଇଛି । ଏସ ଇ ଏମ ଓ ଜଳଯୋଗାଣ କର୍ମଚାରୀ ର ଜିଲା ସଭାପତି ରାମ କୃଷ୍ଣ ପଣ୍ଡାଙ୍କ ନିର୍ଦେଶ କ୍ରମେ ବ୍ଲକ ସଭାପତି ଇଶ୍ଵର ମୁଣ୍ଡଛେନାଙ୍କ ନେତୃତ୍ୱରେ ବ୍ଲକ ର ୫୨ ଜଣ କର୍ମୀ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ ।ଦାବି ଗୁଡିକ ହେଲା ଏସ ଇ ଏମ ପଦ ଉଚ୍ଛେଦ କରି ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ, ସମାନ କାମକୁ ସମାନ ଦରମା ଦିଆଯାଉ,୫ ବର୍ଷ ବୟସ କୋହଳ କରାଯାଉ,୧୦ ବର୍ଷର ଏରୀୟର କରା ଯାଉ ,ଗ୍ରାମପଞ୍ଚାୟତ ରୁ ଦରମା ବନ୍ଦ କରି ଆମକୁ ଡିପାର୍ଟମେଂଟରୁ ଦରମା ଦିଆଯାଉ, ଉକ୍ତ ପରିବାରରୁ ଜଣକୁ ସେହି ସଂସ୍ଥାରେ ନିଯୁକ୍ତି ଦିଆଯାଉ, କାର୍ଯ୍ୟ କରୁଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣା ରେ ମୃତ୍ୟୁବରଣ କଲେ ୨୦ ଲକ୍ଷ ଟଙ୍କା କ୍ଷତି ପୁରାଣ ଦେବା ପାଇଁ ଦାବି ପତ୍ରରେ ଉଲେଖ ରହିଛି ।

ରାଜ୍ୟ ସଂଘ ର ନିଷ୍ପତ୍ତି କ୍ରମେ ଚଳିତ ମାସ ୨୧ ତାରିଖ ସୁଦ୍ଧା ଦାବି ପୂରଣ କରା ନ ଗଲେ ୨୨ ତାରିଖ ଠାରୁ ଏସ ଇ ଏମ ଓ ପମ୍ପଚାଳକ ଗଣ ଧାରଣାରେ ଯୋଗ ଦେବୁ ବୋଲି ଇଶ୍ୱର ମୁଣ୍ଡଛେନା, କାସିପତି ବାଗ,ଅଜିତ ନାୟକ, ଏ ସମ୍ବୁ ଲିଙ୍ଗମ, ମଧୁସୂଦନ କାଣ୍ଡ ପ୍ରମୁଖ କହିଛନ୍ତି।

Leave A Reply

Your email address will not be published.