ଆଉ ନାହାନ୍ତି ବି ସି ରାଉତ ସାର

0 1

ଭୁବନେଶ୍ୱର : ଓଡିଶା ଶିକ୍ଷା ଜଗତରେ ତଥା ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀଙ୍କ ଭିତରେ “ବି ସି ରାଉତ ସାର” ଭାବେ ଜଣାଶୁଣା ବିଶିଷ୍ଟ ଶିକ୍ଷାବିତ ତଥା ରାଜନୀତି ବିଜ୍ଞାନ ପ୍ରଫେସର ବିଷ୍ଣୁଚରଣ ରାଉତ ଆଉ ନାହାନ୍ତି । ବୁଧବାର ମଧ୍ୟ ରାତ୍ରରେ ଭୁବନେଶ୍ବର ସ୍ଥିତ ଲୁଇସ୍ ରୋଡ ସ୍ଥିତ ତାଙ୍କ ବାସଭବନ ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । କିଛି ଦିନ ହେବ ପ୍ର. ରାଉତ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ଥିଲେ। ଜଗତସିଂହପୁର ଜିଲ୍ଲାର ହଳଦିଆ ପଡା ମଧ୍ୟଶାସନରେ୧୯୩୭ ମସିହାରେ ଜନ୍ମିତ ପ୍ର ରାଉତ ଜଣେ ଛାତ୍ରବତ୍ସଳ ପ୍ରାଧ୍ୟାପକ ଭାବେ ପରିଚିତ ଥିଲେ । ତାଙ୍କ ରଚିତ ପାଠ୍ୟ ପୁସ୍ତକ ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା ଥିଲା | ତାଙ୍କ ବିୟୋଗରେ ଶିକ୍ଷାବିତ ତଥା ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି |
ମୃତ୍ୟୁ ବେଳକୁ ତାଙ୍କର ସହଧର୍ମିଣୀ, ତାଙ୍କର ବଡ ପୁଅ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ରାଉତ, କନ୍ୟା ସ୍ମିତା ରାଉତ, ଜ୍ବାଇଁ ଦେବାଶିଷ ସିଂ, ପୁତ୍ର ବଧୁ ଶୁଚିସ୍ମିତା (ମନ୍ତ୍ରୀ) ରାଉତ ଏବଂ ତଥା ନାତି ଉପସ୍ଥିତ ଥିଲେ।

Leave A Reply

Your email address will not be published.