ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟନ କଲେ ମନ୍ତ୍ରୀଜଗନ୍ନାଥ ସାରକା।

0 2

କଲ୍ୟାସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟନ କରାଯାଇଛି ।ଏଥିରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିଥିଲେ । ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀଙ୍କୁ ଭେଟି ସମସ୍ୟା ବିଷୟରେ ପଚାରିବୁଝିବା ସହ ମେଡିକାଲ କୁ ସଫାରଖିବା ପାଇଁ ରୋଗୀଙ୍କ ସମ୍ପକୀୟ ଙ୍କୁ ବୁଝାଇ ଥିଲେ । ଏହାପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଚିନ୍ମୟ ଲିମା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା, ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଧାକର ରଇତ, ଜିଲ୍ଲାପରିଷଦ ସଭ୍ୟା ନିର୍ମଳା କାଡ୍ର।କା ,ଆୟୁଷ ଡାକ୍ତର ଅର୍ଣ୍ଣପୂର୍ଣ୍ଣା ତାଣ୍ଡି, ଡାକ୍ତର ସାମ୍ୟ ରଞ୍ଜନ ଜେନା ମଞ୍ଚାସିନ ରହିଥିଲେ । ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରରେ କଣ କଣ ଆବଶ୍ୟକ ରହିଛି ଓ କଣ କରାଯାଇଛି ସେବିଷୟରେ ବୈଠକରେ ମେଡିକାଲ ପକ୍ଷରୁ ଉପସ୍ଥାପନ କରିଥିଲେ । ବ୍ଲକ ତରଫରୁ କେଉଁ କାର୍ଯ୍ୟ କରାଯାଇ ପାରିବ ତାହା ମନ୍ତ୍ରୀ ଶ୍ରୀ ସାରକା ବିଡ଼ିଓ ସୁଧାକର ରଇତଙ୍କୁ କହିଥିଲେ । ଏଥିରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ସ୍ୱଳ୍ପ ସମୟ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ଗ୍ରାମବାସୀ, ବୁଦ୍ଧିଜୀବୀ, ବିଜେଡି ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.