ବଲାଙ୍ଗିର/ନିରୋଜ ମିଶ୍ର: ସାମ୍ବାଦିକ ଭବନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ସମ୍ମାନିତ ଅତିଥି ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ଓ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. କୁବେର ଚନ୍ଦ୍ର ମହନ୍ତ ଯୋଗଦାନ କରିଥିଲେ । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବଳରାମ ମିଶ୍ର ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ ।
ଚଳିତ ବର୍ଷ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ଜାତୀୟ ପ୍ରେସ୍ ଦିବସ ପାଳନ ପାଇଁ ‘କରୋନା ସମୟରେ ଗଣମାଧ୍ୟମ : ଏକ ନୂତନ ଆହ୍ୱାନ’ ଶୀର୍ଷକ ବିଷୟବସ୍ତୁ ନିର୍ଦ୍ଧାରଣ କରିଥିବା ବେଳେ ଏହି ଶୀର୍ଷକରେ ଅତିଥି ମାନଙ୍କ ସହ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଗୋପବନ୍ଧୁ ଶତପଥି, ସୁଧିର କୁମାର ମିଶ୍ର, ଦୀପକ ପୁରୋହିତ, ରଘୁନନ୍ଦନ ସିଂ, ବିଭୂପ୍ରସାଦ ଗଡତ୍ୟା, ଚିତ୍ତ ରଂଜନ ମିଶ୍ର, ତରୁଣ ସାହୁ, ଶ୍ରୀବାସ ନାଏକ, ଅଭିଳାଷ ହୋତା ପ୍ରମୁଖ ଆଲୋଚନା କରିଥିଲେ । ସାମ୍ବାଦିକମାନଙ୍କ ଆଲୋଚନାରେ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଥିବା ସ୍ୱାସ୍ଥ୍ୟ ବୀମା ରାଶି ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ମତ ପ୍ରକାଶ ପାଇଥିଲା । ଏହି ସଭାରେ ସାଂଗଠାନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସୁନିଲ ମହାନ୍ତି, ପ୍ରଭାକର ମିଶ୍ର, ବିକ୍ରମାନନ୍ଦ ବହିଦାର, ନୀଳମଣି ମିଶ୍ର, ସୁନିଲ ଚନ୍ଦ୍ର ବିଶ୍ୱାଳ, ସୁବାସ ପଣ୍ଡା, ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ନବୀନ ପଶାୟତ, ଶରତ ମହାକୁର, ବିରେନ୍ଦ୍ର ଝାଙ୍କର, ସନ୍ଦୀପ କୁମାର କୁଅଁର, ମୁକେଶ ବହିଦାର, ଧନମତ ପାଣିଗ୍ରାହୀ, ଘଟେଶ୍ୱର ମିଶ୍ର, ଦେବାଶିଷ ମିଶ୍ର, ନୂତନ ମିଶ୍ର, ଶେଖ୍ ମହମ୍ମଦ ୱାହିଦ, ବିଜୟ ପ୍ରଧାନ, ବିଶ୍ୱଜିତ ଦାସ, ସଚିତାନନ୍ଦ ବଗର୍ତ୍ତୀ, , ଚିତ୍ତ ସାହୁ, ସୁବ୍ରତ ନାଏକ, ବିକ୍ରମ ପାତ୍ର, ମୁନା ଗୌଡ, ଗୁପ୍ତେଶ୍ୱର ପୁଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.