ପାୱାର  ଏମ୍ପ୍ଲଇଜ  ସଂଘର କର୍ମୀ ସମ୍ମୀଳନୀ ଅନୁଷ୍ଠିତ 

0

27-07-18-baripada.jpg - 88.82 kB

ବାରିପଦା/ ଦିଲ୍ଲୀପ ମହାନ୍ତି 

ବାରିପଦା ପାଓାର ଏମ୍ପେ୍ଲାଇଜ ସଂଘ କାର୍ଯ୍ୟାଳୟ ଠାରେ କାର୍ଯ୍ୟରତ ସଂଘ କର୍ମଚାରୀ ମାନଙ୍କ ଏକ ସାଧାରଣ  ବୈଠକ ଅନୁଷ୍ଠିତ  ହୋଇଯାଇଅଛି । ଓଡିଶା ବିଧାନ ସଭା ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉକ୍ତ ବୈଠକରେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା  କୁ ନେଇ ଆଲୋଚନା କରାଯାଇଥିଲା । ପୂର୍ବରୁ ମୟୁରଭଞ ଜିଲା ଗ୍ରାହକ ଏବଂ ବିଦ୍ୟୁତ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା କୁନେଇ ଉପବାଚସ୍ପତି ଶ୍ରୀ  ମାରାଣ୍ଡି ବିଧାନସଭା ଗୃହରେ କରିଥିବା ଉଚ୍ଚସ୍ତରୀୟ ବୈଠକର ପୁନଃ ସମୀକ୍ଷା କରିବେ ଏବଂ କାର୍ଯ୍ୟଗୁଡିକୁ ତୁରନ୍ତ ସମାଧାନ କରିବେ ବୋଲି କର୍ମଚାରୀ ମାନଙ୍କୁ ପ୍ରତିଶୃତି ଦେଇଥିଲେ ।ଏହି ଅବସରରେ ସଂଘର ସାଧାରଣ ସଂପାଦକ ତାରକାନ୍ତ ପଟ୍ଟନାୟକ ବାରିପଦା ସର୍କଲର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ । ନୂତନ କର୍ମକର୍ତ୍ତାମାନେ ହେଲେ ସଭାପତି ସୁବ୍ରମଣ୍ୟମ ମହାନ୍ତି , ଉପଦେଷ୍ଟା ନୃସିଂହ ଚରଣ ପଣ୍ଡା, ସହ ସାଧାରଣ ସଂପାଦକ ଜ୍ୟୋତିକୃଷ୍ନ ବେହେରା ,ଡିଭିଜନାଲ ସେକ୍ରେଟେରୀ ଚନ୍ଦନ କୁମାର ମହାନ୍ତି, ଯୁଗ୍ମ ସଂପାଦକ କରୁଣାକର ପତି ଓ ମାନସ ରଞନ ଶୁକ୍ଲା ,ଡିଭିଜନାଲ ଅର୍ଗାନାଇଜର ଦେବାଶିଷ ବେହେରା ,ସହ ଡିଭିଜନାଲ ସେକ୍ରେଟେରୀ ଜ୍ଞାନରଞନ ପରିଡା ଓ କୋଷାଧ୍ୟକ୍ଷ ମନୋଜ କୁମାର କଲିଆ ପ୍ରମୁଖ ।  ଉକ୍ତ ବୈଠକରେ କାର୍ଯ୍ୟରତ ସଭାପତି ଜଗଦୀଶ ଚନ୍ଦ୍ର ବେହେରା ,  ମୁକ୍ତିକାନ୍ତ ପଣ୍ଡା , ଆର୍ତ୍ତବନ୍ଧୁ ବିଶ୍ୱାଳ ,ଆଶିଷ ଜେନା ଙ୍କ ସମେତ ବହୁ ବରିଷ୍ଠ  କର୍ମକର୍ତ୍ତା ନିଜର ସାଂଗଠନିକ ମତ ପ୍ରକାଶ କରିବା ସହିତ ଭବିଷ୍ୟତରେ ସଂଘର ଉତ୍ତୋରାଉତ୍ତୋର କାମନା କରିଥିଲେ । ସର୍ବଶେଷରେ ଡିଭିଜାନଲ ସେକ୍ରେଟେରୀ ଚନନ୍ଦ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ପରିଚାଳନା କରିବାରେ କର୍ମକର୍ତ୍ତା ସଞୟ କୁମାର ଘୋଷ , ଦୀନେଶ ଗୁପ୍ତା ,ଦୀପ୍ତୀକାନ୍ତ ଭୂୟାଁ , ସୁମନ ସଞିତ ମହାନ୍ତ, ପ୍ରତାପ ଚନ୍ଦ୍ର ଲେଙ୍କା ,ରାଜେନ୍ଦ୍ର କୁମାର ଗିରି , ଉପେନ୍ଦ୍ର ନାଥ ବାରିକ , ଚନ୍ଦନ କୁମାର ଜେନା , ପାତ୍ରସାରଥି ଦାସ , ଜ୍ୟୋଜି ବିଶ୍ୱାଳ , ଯୋଗେନ୍ଦ୍ର ବାରିକ , ବିଶେଶ୍ୱର ଖିଲାର ,ସୁନୀଲ ମିସ୍ର , କରୁଣାକର ମହାନ୍ତ, ସଂଜିତ ମାଝୀ , କୃଷ୍ନପଦ ମହାନ୍ତ , ପ୍ରଦୀପ କୁମାର ମହାପାତ୍ର ପ୍ରମୂଖ ସହଯୋଗ କରିଥିଲେ ।

 

 

 

Leave A Reply

Your email address will not be published.