ସିଆରପିଏଫ ର 79ତମ ପ୍ରତିଷ୍ଠା ଦିବସ ପାଳିତ 

0

27-07-18-paika-crpf-.jpg - 164.33 kB

ପାଇକମାଲ/ଗୌରାଙ୍ଗ ଚରଣ ଦାଶ 

ପାଇକମାଲରେ ଅବସ୍ଥାପିତ ସିଆରପିଏଫ ର 189/C କମ୍ପାନୀ ଦ୍ୱାରା ସିଆରପିଏଫ ର 79 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ସକାଳୁ ସିଆରପିଏଫ ର ଯବାନ ମାନେ ସଫେଇ କାର୍ଯକ୍ରମ କରିଥିଲେ ଏହାପରେ ସଫେଇ ପାଇଁ ସଂକଳ୍ପ ନେଇଥିଲେ। ପ୍ରାୟ 9ଟା  ସମୟରେ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ସିଆରପିଏଫ ପତାକା ଉତ୍ତୋଳନ କରା ଯାଇଥିଲା । ଏହାପରେ ଏକ ସଭା ର ଆୟୋଜନ କରାଯାଇଥିଲା ।ଉକ୍ତ ସଭାରେ 13 ଜଣ ଯବାନ ଙ୍କୁ କଠିନ କାର୍ଯ ପାଇଁ ସିଆରପିଏଫ ତରଫରୁ ମେଡାଲ ପ୍ରଦାନ କରାଯାଇଥିଲା। କମାଣ୍ଡିଙ୍ଗ  ଅଫିସର ଅବଦୁଲ ଅହଦ ଏହି ମେଡାଲ ପ୍ରଦାନ କରିଥିଲେ। ଏହାପରେ ସନ୍ଧ୍ୟା ସମୟରେ ଯବାନ ମଙ୍କର ମଧ୍ୟରେ ବିଭିନ୍ନ ଖେଳ କୂଦ ର ଆୟୋଜନ କର ଯାଇଥିବା  କମାଣ୍ଡିଙ୍ଗ  ଅଫିସର  ସୂଚନା ଦେଇଛନ୍ତି।

Leave A Reply

Your email address will not be published.