ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ଅଧିବେଶନ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ରାଜ୍ଯ ସଂଘର ସାଧାରଣ ସମ୍ପାଦକ ଶ୍ରୀ କମଳାକାନ୍ତ ପଣ୍ଡା ଯୋଗଦେଇ ଆଗାମୀ ଦିନରେ ସରକାର ଯଦି ଆମର ଯୁକ୍ତିଯୁକ୍ତ ଦାବି ପୂରଣ ନ କରନ୍ତି ତେବେ ସଂଘ ଧର୍ମଘଟର ସାହାରା ନେବ ବୋଲି ପ୍ରକାଶ କରିଥିଲେ।
ଦାବି ଗୁଡିକ ହେଲା :- ଏମ୍ ଏ ସି ପି (MACP)ରେ ଥିବା ଅସଙ୍ଗତି ଦୂର କରିବା , ଶିକ୍ଷାଗତ ଯୋଗ୍ୟତା +୩ କରିବା , ଦୀର୍ଘ ବର୍ଷ ଧରି ଜି ଆର୍ ଏସ୍ (GRS) ଚାକିରି କରି ପିଈଓ ( PEO) ହୋଇଥିବା ସମସ୍ତଙ୍କୁ ରେଗୁଲାର ନିଯୁକ୍ତି ଦେବା।
ସମସ୍ତ କାର୍ଯ୍ୟକ୍ରମକୁ ସଂଘର ସଂପାଦକ ଶ୍ରୀ ସନ୍ତୋଷ ବାହାଦୂର ଉପସ୍ଥିତ ରହି ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.