ଲଘୁଚାପ ଜନିତ ଲଗାଣ ବର୍ଷା,ଚିନ୍ତାରେ ଧାନ ଚାଷୀ

0 1

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି।ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଧାନ ଚାଷୀ।ନୂଆଗାଁ ବ୍ଲକ୍ ରେ ଥିବା ୨୨ ଟି ପଞ୍ଚାୟତ ରେ ବସବାସ କରୁଥିବା ଲୋକମାନେ ପରିବାର ପୋଷଣ ପାଇଁ କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି।କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିବା କୃଷକ ମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବା ଯୋଗୁଁ ଋଣ ଓ ଧାର କରଜ କରି କୃଷି କାର୍ଯ୍ୟ କରିଥାନ୍ତି। କୃଷକ ମାନେ କରୁଥିବା ବିଭିନ୍ନ ଫସଲ ଗୁଡ଼ିକ ମଧ୍ୟରେ ନୂଆଗାଁ ବ୍ଲକ୍ ର କୃଷକ ମାନଙ୍କ ମୁଖ୍ୟ ଫସଲ ହେଉଛି ଧାନ ।ପ୍ରତି ଜମିରେ ଧାନ ଫସଲ କରାଯାଏ।କୃଷକ ମାନେ ଧାନ ଫସଲ ଅମଳ କରି ମଣ୍ଡି ରେ ଧାନ ଦେଇ ଆଣିଥିବା ଋଣ ପରିଶୋଧ କରି ବକେୟା ଅର୍ଥରେ ଅନ୍ୟ ଫସଲ କରି ପରିବାର ପୋଷଣ କରିଥାନ୍ତି।ଚଳିତ ବର୍ଷ ଚାଷ ଜମିରେ ଧାନ ଫସଲ ଭଲ ହୋଇଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି।ଧାନ ଗଛ କାଟି ବିଲରେ ରଖିଥିବା ଧାନ ଚାଷୀ ଙ୍କ ଧାନ ନଷ୍ଟ ହୋଇଥିବା ଜଣା ପଡ଼ିଛି। ବର୍ଷା ଯୋଗୁଁ ଧାନ ଗଛରେ ଥିବା ଧାନ ଶସ୍ୟ ଝଡିପଡୁଥିବା ଯୋଗୁଁ ଧାନ ଚାଷୀ ଙ୍କ ଚିନ୍ତା ବଢ଼ିବାରେ ଲାଗିଛି।ଏପରି ଯଦି ଆଉ ଅଧିକ ଦିନ ଲଗାଣ ବର୍ଷା ଜାରି ରହିବ ତେବେ ଧାନ ଫସଲ ନିଶ୍ଚିତ ଭାବେ କ୍ଷତିଗ୍ରସ୍ତ ହେବ ଏଥିରେ ସନ୍ଦେହ ନାହିଁ।

Leave A Reply

Your email address will not be published.