ପୁରୀ: ପୁରୀ ଜିଲ୍ଲା ପୋଲିସରେ ରେ କାର୍ଯ୍ୟରତ ସୁବ୍ରତ ସାମନ୍ତରା।କର୍ତ୍ତବ୍ୟ ନିଷ୍ଠାପର ଭାବେ ସଂପାଦିତ କରିବା ପରେ ଅବସର ସମୟରେ ନିଜର ସଂଗୀତ ସାଧନା ଜାରି ରଖନ୍ତି।ପୁରୀ ଜିଲ୍ଲା ଗୋପ ବ୍ଲକର ପଦ୍ମପଡା ଗ୍ରାମରେ ୧୯୯୨ ମସିହାରେ ଜନ୍ମିତ ସୁବ୍ରତ ପିଲା ଦିନରୁ ମା’ଙ୍କୁ ହରାଇଥିଲେ,ଶିକ୍ଷକ ପିତାଙ୍କ ନୀତି ଆର୍ଦଶରେ ପରିଚାଳିତ ହେବା ସହ ପଦ୍ମପଡା ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିଲେ।ସଂଗୀତ ତଥା ଓଡିଶାର ଲୋକକଳା ପ୍ରତି ଆଗ୍ରହ ଦିନକୁ ଦିନ ବଢି ଚାଲିଲା।ଗାଁ ମାଟିର ମୋହ ତଥା ସଂଗୀତ ପ୍ରତି ଅନାବିଳ ପ୍ରେମ ଯୋଗୁଁ ସି.ଆର୍.ପି.ଏଫ ଓ ସି.ଆଇ.ଏସ.ଏଫ ପାଇଁ ମନୋନୀତ ହୋଇମଧ୍ୟ ଚାକିରୀ ରେ ଯୋଗ ଦେଇନଥିଲେ।ପୁରୀ ଜିଲ୍ଲା ପୋଲିସରେ ମନୋନୀତ ହୋଇ ନିଷ୍ଠାପର କର୍ତ୍ତବ୍ୟ ସଂପାଦନ କରିବା ସହ ଅବସର ସମୟରେ ନିଜ ସଂଗୀତ ସାଧନା ଜାରି ରଖିଛନ୍ତି।ସ୍ଥାନୀୟ ଅଂଚଳରେ ଜଣେ ଭଲ କ୍ରିକେଟ ଖେଳାଳୀ ସହ ନିଜର ପରୋପକାରୀ ସ୍ବଭାବ ପାଇଁ ବେଶ ଜଣାଶୁଣା।
Sign in
Sign in
Recover your password.
A password will be e-mailed to you.