କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ହେବାକୁ ଥିବା ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟର ସୂଚନା ଫଳକ ଉଦଘାଟନ ।ଆଜି ଅପରାହ୍ନ ରେ ବିଜେପି ପକ୍ଷରୁ ସୁନାଖଣ୍ଡି ପଞ୍ଚାୟତ ର ପ୍ରଧାନୀଗୁଡା ରେ ହେବାକୁ ଥିବା ଏକଲବ୍ୟ (ମଡେଲ)ଆଧୁନିକରଣ ବିଦ୍ୟାଳୟ ର ସୁଚନା ଫଳକ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ ।ଭିଡିଓ କନଫ୍ରେନ୍ସରେ ବିଡ଼ିଓ ସୁଧାକର ରଇତ,ବ୍ଲକର ସମସ୍ତ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ପଞ୍ଚାୟତ ପ୍ରତିନିଧି ସମେତ ବିଜେପି ଦଳୀୟ ନେତା କର୍ମୀ ସହ ରାଜ୍ୟ ବିଜେପି ଉପସଭାପତି ତଥା ମୁନିଗୁଡା ବ୍ଲକର ଜିଲା ପରିଷଦ ସଦସ୍ୟ ରାମଚନ୍ଦ୍ର ବେହେରା, ଜିଲା ପରିଷଦର ଅଧକ୍ଷ ଗଙ୍ଗାଧର ପୁଆଲା,ଜିଲା ଯୁବମୋର୍ଚ୍ଚା ର ସାଧାରଣସମ୍ପାଦକ ଗୁଡୁଲ୍ଲା ସନ୍ଦୀପ, ଜିଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ସାମଲ,ଶିକରପାଇ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ,ଜିଲା କାର୍ଯ୍ୟକରିଣୀ ସଦସ୍ୟ ରାମାରାଓ କାଡ୍ର।କା ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହି କାର୍ଯ୍ୟକ୍ରମ କୁ ବ୍ଲକ ତରଫରୁ ସମସ୍ତ ପରିଚାଳନା କରିଥିଲେ ।ଏହାର ମୁଖ୍ୟ ଉଦ୍ଧେଶ୍ୟ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଶ୍ରେଣୀର ଲୋକମାନଙ୍କ ଉଚ୍ଚ ଶିକ୍ଷା ପାଇଁ ଏହି ବ୍ୟବସ୍ଥା କରିଛନ୍ତି ।ଆଜି ସହିଦ ଆଦିବାସୀ ନେତା ବିର୍ଷା ମୁଣ୍ଡା ଙ୍କ ଜନ୍ମ ତିଥିରେ ଆଦିବାସୀଙ୍କ ଶିକ୍ଷାର ଉର୍ଣ୍ଣତି ପାଈଁ ପ୍ରତ୍ୟେକ ଜିଲା ଓ ବ୍ଲକ ମାନଙ୍କ ଠାରେ ଗୋଟିଏ ଗୋଟିଏ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଅତିଥି ଜିଲା ପରିଷଦ ସଦସ୍ୟ ରାମଚନ୍ଦ୍ର ବେହେରା କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.