ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଜରେଳପଦର ଠାରେ ଖଡ଼ିଆଳ ଲୋକାଦୃଷ୍ଟି ଆନୁକୂଲ୍ୟରେ ପରିଚାଳିତ ଗୋଷ୍ଠି ଶିକ୍ଷା ସମ୍ବଳ କେନ୍ଦ୍ର ରେ ସି ଆର ସି ଏମ ସି ଓ ଏସ ଏମ ସି ତରଫରୁ ଶିଶୁ ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ପୂର୍ବତନ ଏସଏମସି ସଭାପତି ଦାମୋଦର କଟା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସିନାପାଲି ଲୋକାଦୃଷ୍ଟି ବ୍ଲକ ସଂଯୋଜକ ଭୀମସେନ ମାଲି ମୁଖ୍ୟବକ୍ତା ଓ ସହକାରୀ ଶିକ୍ଷକ ଯୁଧିଷ୍ଠିର ତାଣ୍ଡି,ୱାର୍ଡସଭ୍ୟ ଡୁମେର ବେଶ୍ରା, ଗୌରୀ ବାଗ,ପୂର୍ଣ୍ଣଚନ୍ଦ୍ର ହେର୍ଣ୍ଣା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଲୋକାଦୃଷ୍ଟି ଫେସିଲେଟର ଯଶୋବନ୍ତ ମାଲି ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ସ୍ଥାନୀୟ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ସାଧାରଣଜ୍ଞାନ , ବକୃତା, ଚିତ୍ରଙ୍କନ,ସଙ୍ଗୀତ ପ୍ରଭୃତି ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ଙ୍କ କରକମଲରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଙ୍କ ସମେତ ବହୁ ସଂଖ୍ୟା ରେ ସ୍ଥାନୀୟ ଅବିଭାବକ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.