ରାୟଗଡ(ସରୋଜ କୁମାର ସାହୁ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାୟଗଡ ନଗର ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ଶ୍ରୀ ଶୁଭମ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡିଶା ପଶ୍ଚିମ ପ୍ରାନ୍ତ ସେବା ପ୍ରମୁଖ ଶ୍ରୀ ଦୀପକ କୁମାର ରାଉତ, ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଗଞ୍ଜାମ, ଗଜପତି, ରାୟଗଡ ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାସ ଯୋଗ ଦେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ଅଣରାଜନୈତିକ ଛାତ୍ର ସଂଗଠନ, ଜ୍ଞାନ, ଚରିତ୍ର, ଏକତାକୁ ନେଇ ଛାତ୍ର ମାନଙ୍କ ମଧ୍ୟରେ ଦେଶ ପ୍ରେମ ଭାବ ଜାଗୃତ କରିବା, ସମାଜ ପ୍ରତି ସମ୍ବେଦନଶୀଳ ହେବା, ଅନ୍ୟାୟ ଓ ଭ୍ରଷ୍ଟାଚାରକୁ ବିରୋଧ କରିବା, ଦେଶର ବୈଭବଶାଳୀ ଇତିହାସକୁ ମନେପକେଇ ରଷ୍ଟ୍ରର ନିର୍ମାଣ ଏବଂ ବ୍ୟକ୍ତିତ୍ୱ ନିର୍ମାଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଉକ୍ତ ସମ୍ମିଳନୀରେ ରାୟଗଡ ନଗରର ନୂତନ କାର୍ଯ୍ୟକର୍ତା ଚୟନ କରାଯାଇ ସଭାପତି ଭାବେ ମନୋଜ ଷଡଙ୍ଗୀ, ଉପସଭାପତି ଭାବେ ସଞ୍ଜୀବ ନାୟକ, ସମ୍ପାଦକ ଭାବେ ସିଦ୍ଧାନ୍ତ ବିଡିକା, ସହସମ୍ପାଦକ ଭାବେ ଭଜନ ନାୟକ ଓ ମଙ୍ଗଳ ପଣ୍ଡା, ପାଠ୍ୟଚକ୍ର ପ୍ରମୂଖ ଏବଂ ମିଡିଆ ସେଲ ପାଇଁ ଲୋକେଶ ମଙ୍ଗରାଜ, ଏସ.ଏଫ.ବି ପ୍ରମୂଖ ରୋହନ କୁମାର ଚୌଧୁରୀ, ଜନଜାତି ଛାତ୍ର ପ୍ରମୁଖ ଦୈତାରି ନାୟକ, ଏମ.ଏଫ.ଏମ. ପ୍ରମୁଖ ମୁନା ନାୟକ, ଛାତ୍ର ସନେ୍ଦଶ ପ୍ରମୁଖ ମଣ୍ଡରାଜ ମିଣିଆକା, ଓ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଚାରି ଜଣଙ୍କୁ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନଗରର ବହୁ ଛାତ୍ର ଯୋଗ ଦେଇଥିଲେ ଓ ଶେଷରେ ନଗର ବିସ୍ତାରକ ବିରଂଚି ନାରାୟଣ ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post