ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ “ଆକାଂକ୍ଷା” ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ରାମନଗର ଠାରେ ଶିଶୁ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଦୀର୍ଘ ଦୁଇ ବର୍ଷ ହେଲା ଶିଶୁ ମାନେ ସେମାନଙ୍କ ସାଙ୍ଗ ସାଥିଙ୍କ ଠାରୁ ଦୂରେଇ ରହି ମାନସିକ କ୍ଷେତ୍ରରେ ଚାପରେ ରହିଥିବାରୁ ସେମାନଙ୍କୁ ଟିକିଏ ଖୁସି କରାଇବା ପାଇଁ କୁନି କୁନି ଶିଶୁ ମାନଙ୍କୁ ନେଇ ନୃତ୍ୟ , ଗୀତ ଏବଂ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନ ଏବଂ ଶିଶୁ ଦିବସ ସମ୍ପର୍କିତ ବିଭିନ୍ନ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।
ଏଥିରେ ପ୍ରଥମ ବିଜେତା ଏନ୍ .ରାମ , ଦ୍ବିତୀୟ ବିଜେତା ବି.ଦିଲ୍ଲୀପ ଏବଂ ତୃତୀୟ ବିଜେତା ଏସ୍. ନାବ୍ୟଶ୍ଵରୀଙ୍କୁ ପୁରସ୍କାର ବଣ୍ଟନ କରାଯିବା ସହ ଉପସ୍ଥିତ ସମସ୍ତ ଶିଶୁ ମାନଙ୍କୁ ଲଡୁ , ବିସ୍କୁଟ , ଚକଲେଟ , ଖାତା , ପେନ୍ ଏବଂ ଖେଳିବା ପାଇଁ ବଲ୍ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ଉପଦେଷ୍ଟା ଡ଼. କଲ୍ୟାଣୀ ମିଶ୍ର , ଶ୍ରୀମତି ସ୍ୱର୍ଣ୍ଣପ୍ରଭା ପାଠୀ , ସଭାନେତ୍ରୀ ଶ୍ରୀମତି ଆଶାଲତା ପାଣିଗ୍ରାହୀ , ସମ୍ପାଦିକା ଶ୍ରୀମତି ମୀନକୁମାରୀ ଟହଲ ଏବଂ ସଭ୍ୟା ଇନ୍ଦୁମତି ସାହୁ , ଏସ୍.କୀର୍ତ୍ତି , ଜୟୁ ଆମା ଭାଗ୍ୟଶ୍ରୀ , ସାଇବାଣୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।
ସର୍ବଶେଷରେ ଭି. ଭାଗ୍ୟଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post