ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହାଆଡମ୍ବର ସହ ଶିଶୁ ଦିବସ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିଶୁ ବଟିକା ପ୍ରମୁଖ ଶ୍ରୀମତୀ ମମତା ମହାପାତ୍ର ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଶିଶୁ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଜ ବକ୍ତବ୍ୟ ରଖିଥିଲେ।
ମୁଖ୍ୟବକ୍ତା ଭାବେ ସୁଶ୍ରୀ ରାଜଲକ୍ଷ୍ମୀ ଚୌଧୁରୀ ଯୋଗଦେଇ ଏହି ରାଷ୍ଟ୍ର ନିମନ୍ତେ ଶିଶୁଙ୍କ ନିଜର କର୍ତ୍ତବ୍ୟ କଣ ରହିଛି ସେହି ସମ୍ପର୍କରେ ବୁଝାଇଥିଲେ।
ଏହି ଅବସରରେ ବିଦ୍ୟାଳୟର ଭାଇଭଉଣୀ ମାନେ ଶିଶୁ ଶ୍ରମିକ, ବାଲ୍ୟବିବାହ ଭଳି ଶିଶୁଙ୍କ ପ୍ରତି ଘଟୁଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ନିଜ ବକ୍ତବ୍ୟରେ ରଖିଥିଲେ। ବିଦ୍ୟାଳୟର ଶାରୀରିକ ପ୍ରମୁଖ ଶ୍ରୀ ମୁରଲୀ ମୋହନ ପ୍ରଧାନଙ୍କ ପରିଚଳନାରେ ଅଷ୍ଟମ ଠାରୁ ଦଶମ ଶ୍ରେଣୀ ଭାଇଭଉଣୀଙ୍କ ମଧ୍ୟରେ ବିଭିନ୍ନ ଆକର୍ଷଣୀୟ କୌତୁକ ଖେଳ ମାନ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ଶେଷରେ ମହାଲକ୍ଷ୍ମୀ ମହାପାତ୍ର ଭଉଣୀଙ୍କ ସହୀଦ ଉଦମ ସିଂ ଙ୍କ ନାଟକ ସମସ୍ତ ମନକୁ କିଣି ନେଇଥିଲା। ଶିଶୁ ଭାଇଭଉଣୀଙ୍କୁ ମିଷ୍ଟାନ୍ନ ବଣ୍ଟାଯାଇଥିଲା। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post