ଡେରା ଗୌଡଗୋପ ସାଇ ଷ୍ଟଡି ପଏଣ୍ଟ ପରିସରରେ ଶିଶୁ ଦିବସ ପାଳିତ ।

0 1

ମାହାଙ୍ଗା-: (ସପ୍ତଜ୍ୟୋତି ରାଉଳ)ଆଜି ପବିତ୍ର ଶିଶୁ ଦିବସ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିନ। ସଭିଏଁ ତାଙ୍କୁ ଚାଚା ନେହେରୁ ଭାବେ ଜାଣନ୍ତି। ସେ ଜଣେ ଶିଶୁ ବତ୍ସଳ ଥିଲେ। ତେଣୁ ପ୍ରତିବର୍ଷ ତାଙ୍କ ଜନ୍ମଦିନ କୁ ଆମେ ଶିଶୁ ଦିବସ ଭାବେ ପାଳନ କରିଥାଉ। ଏହି ଅବସରରେ ମାହାଙ୍ଗା ର ଗୌଡଗୋପ ଠାରେ ଥିବା ଶ୍ରୀ ସାଇ ଷ୍ଟଡି ପଏଣ୍ଟରେ ଶିଶୁ ଦିବସ ପାଳିତ ହୋଇ ଯାଇଛି। ଏଥିରେ ଶିକ୍ଷୟତ୍ରୀ ସଂଯୁକ୍ତା ସାହୁ ଜବାହରଲାଲ ନେହେରୁଙ୍କ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଇ ଥିଲେ ଏବଂ ପିଲାମାନେ କିପରି ନିଜ କାମ ନିଜେ କରିବେ ଓ ମନ ଦେଇ ପାଠ ପଢି ବହୁତ ଭଲ ମଣିଷ ହେବେ ଉପଦେଶ ମଧ୍ୟ ଦେଇଥିଲେ। ପରେ ପିଲା ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ସେଥିରେ ଷଷ୍ଠ ଶ୍ରେଣୀର ଛାତ୍ର ଚିନ୍ମୟ କୁମାର ସାହୁ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ। ତତସହିତ ପିଲା ମାନଙ୍କୁ ଟିଫିନ୍, ଚକୋଲେଟ୍, ପେନ୍ ଆଦି ପ୍ରଦାନ କରି କାର୍ଯ୍ୟକ୍ରମ ସାଙ୍ଗ କରା ଯାଇଥିଲା।

Leave A Reply

Your email address will not be published.