ଭୁବନେଶ୍ୱର(ଶାସକ ପ୍ରଶାସକ) -ଭୁବନେଶ୍ୱର ବି.ଜେ.ବି ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ ପାନ୍-ଇଣ୍ଡିଆ ସଚେତନତା ଏବଂ ଆଉଟ୍ରିଚ୍ କ୍ୟାମ୍ପେନ୍ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସହଯୋଗରେ ଏକ ଆଇନ୍ ସେବା ମେଗା(ବୃହତ୍) ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଜ୍ ତଥା ଖୋର୍ଦ୍ଧା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ରାମ ଶଙ୍କର ହୋତାଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।
ଶିବିରରେ ବିଭିନ୍ନ ମାମଲାର ଫଏସଲା କରାଯାଇ ବହୁ ହିତାଧିକାରୀଙ୍କୁ ପ୍ରାୟ ୩ କୋଟି ଟଙ୍କାର ଆର୍ଥିକ ସହାୟତା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ଦିଆଯାଉଥିବା ସହାୟତା ଉପକରଣ ଆଦି ପ୍ରଦାନ କରାଯାଇଥିଲା । ବିଶେଷ କରି ବୈଷୟିକ ଶିକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ସହାୟତା, ଦୁର୍ଘଟଣାରେ ପୀଡିତ ହିତାଧିକାରୀ, କୋଭିଡ୍ରେ ପ୍ରାଣ ହରାଇଥିବା ପିତାମାତାଙ୍କ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ସହାୟତା, ନିର୍ଯ୍ୟାତନା ଆଇନ୍, ଆନ୍ତଃ-ଜାତି ବିବାହ ଆଇନ୍, ମୃତୁ୍ୟକାଳୀନ ସହାୟତା, ଶିକ୍ଷା ପାଇଁ ସହାୟତା, ପଂଜୀକୃତ ନିର୍ମାଣ ଶ୍ରମିକଙ୍କ ପରିବାରକୁ ବିବାହ ଓ ପ୍ରସୂତିକାଳୀନ ସହାୟତା, ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ପେନ୍ସନ ପ୍ରଦାନ, ସୁନେତ୍ର ଯୋୀଜନାରେ ଚଷମା ପ୍ରଦାନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଋଣ ସହାୟତା ପ୍ରଦାନ କରାଯାଇଥିଲା । ଜନସାଧାରଣଙ୍କୁ ସରକାରୀ ଜନକଲ୍ୟାଣକାରୀ ଯୋଜନାର ସୁବିଧା ନେବା ପାଇଁ ଆଇନ୍ ସଚେତନତା ସୃଷ୍ଟି ଉଦେ୍ଧଶ୍ୟରେ ଏହି ବୃହତ୍ ଆଇନ୍ ସେବା ଶିବିର ଅନୁଷ୍ଠିତ ହୋଇଥିଲା ।
ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢୀ, ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ତହସିଲଦାର ଶ୍ରୀ ପ୍ରଦୀପ କୁମାର ସାହୁ, ବିଡିଓ ଶ୍ରୀ ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିଲେ ।
ସି.ବି.ଆଇ ଜଜ ବାସୁଦେବ ପଣ୍ଡା ଓ ଆର୍,କେ ମିଶ୍ର, ଭିଜିଲାନ୍ସ୍ ଜଜ ସଂଜୀବ ଦୁବେ ଓ ଲୁନା ମହାନ୍ତି, ଚେୟାରମାନ୍ ପି.ଏଲ୍.ଏ. ରତିକାନ୍ତ ମହାପାତ୍ର, ଏଡିଜେ ରବିନ୍ଦ୍ର ଦାସ ଓ ମିନାକ୍ଷୀ ଦାସ,ସବଜଜ ସରୋଜିନୀ ପତି, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଂପାଦିକା ମିନାକ୍ଷୀ ପ୍ରିୟଦର୍ଶିନୀ,୧ମ ଅତିରିକ୍ତ ସିନିଅର ସିଭିଲ୍ ଜଜ ଅଜିତ୍ ଓତା, ଏସ୍.ଡି.ଜେ.ଏମ୍.ଜନ୍ମେଜୟ ପଲେଇ, ମୁନସିଫ ସୋନାଲି ସରିତା, ଜେ.ଏମ୍.ଏଫ୍.ସି ସୁନିଲ ମିଶ୍ର ଓ ପ୍ରିୟଦର୍ଶିନୀ କୁମ୍ଭାର, ପ୍ରୋବେସନରେ ଥିବା ମାଜିଷ୍ଟ୍ରେଟ ଦେବାନ ସତ୍ୟଦର୍ଶୀ ନନ୍ଦ , ରେଜିଷ୍ଟ୍ରାର ହିମାଂଶୁ ଶେଖର ସିଂହ ଏବଂ କୋର୍ଟ ମ୍ୟାନେଜର ପ୍ରିୟଙ୍କା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଂପାଦିକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.