ଘଣ୍ଟେଶ୍ୱରୀ ମନ୍ଦିର ପରିଦର୍ଶନ କଲେ ଜିଲ୍ଲାପାଳ I

0 1

ସମ୍ବଲପୁର(ସନ୍ଦୀପ ଶର୍ମା): ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ଆଜି ସମ୍ବଲପୁର ପ୍ରସିଦ୍ଧ ଘଣ୍ଟେଶ୍ୱରୀ ମନ୍ଦିର ପରିଦର୍ଶନ କରିଛନ୍ତି I ମନ୍ଦିରରେ ବଡ ଘଣ୍ଟା ଲଗେଇବା ବ୍ୟବସ୍ଥା କରାଯାଉଥିବା ବେଳେ, ଜୋତା ଷ୍ଟାଣ୍ଡ, ନଦୀ ପାର୍ଶ୍ଵ ବର୍ତ୍ତୀ ଅଞ୍ଚଳରେ ସ୍ନାନ ଘାଟ, ପାର୍କିଂ ସ୍ଥାନ, ସ୍ମୃତି ଚିହ୍ନ ଥିବା ମନ୍ଦିରର ମୁଖ୍ୟ ଗେଟ, ରାସ୍ତା ପ୍ରଶସ୍ତିକରଣ, ବସିବା ପାଇଁ ଚୌକି ତଥା ମନ୍ଦିରର ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ କରିବା ନିମନ୍ତେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଅଧିକାରୀ ମାନଂକୁ ନିର୍ଦେଶ ଦେଇଥିଲେ I ଏହି ଅବସରରେ ପୂର୍ତ୍ତବିଭାଗ ଡିଭିଜନ ୨ ନିର୍ବାହୀ ଯନ୍ତ୍ରୀ ବଶିଷ୍ଠ କୁମାର ପଟ୍ଟନାୟକଙ୍କ ସମେତ ମନ୍ଦିରର କର୍ମକର୍ତ୍ତା ଉପସ୍ଥିତ ଥିଲେ I

Leave A Reply

Your email address will not be published.