ଦରଦାମ ବୃଦ୍ଧିରେ ବଡ଼ବେପାରୀ ମାଲାମାଲ: ଖୁଚୁରା ବେପାରୀ-ଖାଉଟି ହନ୍ତସନ୍ତ

0 2

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: କାର୍ତ୍ତିକ ମାସରେ ହୁ ହୁ ହଇ ବଢିଚାଲିଛି ପରିବାଦର। ସାରା ରାଜ୍ୟରେ ପରିବାଦର ଏବେ ଆକାଶ ଛୁଆଁ। ଅଧିକାଂଶ ପରିବା ଦର ୫୦ ଉପରେ ରହିଛି। ଗୁଣୁପୁର ନିତ୍ୟ ବଜାରରେ ଏବେ ଆଳୁ କିଲୋ ୩୦, ପିଆଜ କିଲୋ ୫୦, ଅଦାକିଲୋ ୮୦, ରସୁଣ କିଲୋ ୧୨୦, କଞ୍ଚା ଲଙ୍କା କିଲୋ ୬୦, କଲରା କିଲୋ ୫୦, ଭେଣ୍ଡି କିଲୋ ୬୦, କୁନ୍ଦୁରୁ କିଲୋ ୬୦, ପତ୍ରକୋବି କିଲୋ ୪୦, ଫୁଲକୋବି କିଲୋ ୮୦, ଟମାଟ କିଲୋ ୮୦, ସଜନା ଛୁଇଁ କିଲୋ ୧୬୦, ଗାଜରକିଲ ୮୦, ବିନ୍ସ କିଲ ୮୦, ଅଲୋଡ଼ି କିଲୋ ୮୦ ପୋଟଳ କିଲ ୬୦, ସାରୁ କିଲୋ ୪୦, ମୂଳା କିଲୋ ୫୦ କାଙ୍କଡ଼ କିଲୋ ୬୦, କଖାରୁ କିଲୋ ୩୦ ଛୁଆଁ ରହିଛି |ତେଣୁ ଏହି ପରିବାଦର ଜଗୁ ଖାଉଟି ଚିନ୍ତାରେ। କେଉଁ ପରିବା ନେବେ ଭାବିବା କଷ୍ଟକର ହଇପଡୁଛି।ଆଉ ଆଗଭଳି ନେଉନାହାନ୍ତି ଅଧା କିଲ ଅଢେଇସହରେ କାମ ଚଳାଇନେଉଛନ୍ତି।ବଜାରରେ ଗହଳି ଲାଗିଛି କିନ୍ତୁ ବେପାର ମାନ୍ଦା। ବଜାରକୁ ଆସି ପରିବା ଦର ଶୁଣି ଲୋକେ ଛାନିଆ। ବଜାରରେ ପ୍ରତେକ ପରିବାର ରହିଛି ଉଚାଦର।ବଡ଼ ବେପାରିମାନେ ଖୁଚୁରା ବେପାରୀ ମାନଙ୍କୁ ଉଚା ଦରରେ ପରିବା ବିକ୍ରିକରିବହେତୁ ପରିବା ବିକିବା ଏମଙ୍କ ପକ୍ଷେ ମୁସ୍କିଲ ହାଇପଡିଛି। ଆଗଭଳି ପରିବା ସରୁନାହିଁ ବିକ୍ରି ନହଇ ପରିବା ପଚି ନଷ୍ଟ ହେଉଛି। ବଡ଼ ବେପାରି ମାନେ ପଡୋଶୀ ରାଜ୍ୟ ଆନ୍ଦ୍ର ରୁ ପରିବା ଆଣି ଏଠାରେ ବିକ୍ରିକରୁଛନ୍ତି | ଯାହାଫଳରେ ସେମାନଙ୍କୁ ଆଣିବା ନିମନ୍ତେ ବହୁ ପରିମାଣରେ ଟିକସ ଦେବାକୁ ପଡ଼ିଥାଏ ଏବଂ ପାଣିପାଗ ହେତୁ ଏଠାକାର ପରିବା ଗଛ ଗୁଡିକ ନଷ୍ଟହୋଇଯାଉଛି | ଅନ୍ୟକାରଣ ହେଲା ଶୀତଳଭଣ୍ଡାର ନଥିବାହେତୁ ଲୋକେ ପରିବା ସଂରକ୍ଷଣ କରି ରଖିପାରୁନାହାନ୍ତି। ଏହି କାରଣରୁ ପରିବା ଦର ଆକାଶ ଛୁଆଁ ରହୁଥିବା ବେଳେ ଏହି ଦର ବିଶେଷ କରି ମଧ୍ୟବିତ୍ତ ପରିବାରର ମେରୁଦଣ୍ଡ ଭାଙ୍ଗିଦେଇଛି କହିଲେ ଚଳେ। ଏହି ଦରବୃଦ୍ଧି ଯଦି ଏପରି ଲାଗି ରହେ ତେବେ ଲୋକେ ଆଗକୁ ବହୁ ସମସ୍ୟାର ସମ୍ମୁଖିନ ହେବେ।

 

Leave A Reply

Your email address will not be published.