କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ପାଇଁ କେପିଏଫ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ।

0 1

କନ୍ଧମାଳ/ନୂଆଦିଲ୍ଲୀ(ଶାସକ ପ୍ରଶାସକ) – ସ୍ବାଧିନତାର ୭୪ ବର୍ଷ ବିତିଯାଇିଲେ ବି କନ୍ଧମାଳ ଜିଲ୍ଲା କୁ ରେଳ ସଂଯୋଗ ହୋଇପାରିନି। ଏହାକୁ ନେଇ କନ୍ଧମାଳ ପିପୂଲସ୍ ଫୋରମ୍ (କେପିଏଫ) ଗତଦୁଇବର୍ଷ ହେଲା ଲଗାତାର ଆନ୍ଦୋଳନ କରିଆସୁଛି। ବ୍ରହ୍ମପୁର ଠାରୁ ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପ ଘୋଷଣା କରାଯାଇଛି ଏବଂ ଟୋକନ୍ ମନି ଏକ ଲକ୍ଷ ଟଙ୍କା କେନ୍ଦ୍ର ସରକାର ବଜେଟ୍ ରେ ଦେଇଛନ୍ତି। ହେଲେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେଉନି ସେଥିପାଇଁ ଯଥା ଶୀଘ୍ର କନ୍ଧମାଳ ଜିଲ୍ଲା କୁ ରେଳ ସଂଯୋଗ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଆଜି ବରିଷ୍ଠ ସାମ୍ବାଦିକ ତଥା କନ୍ଧମାଳ ପିପୁଲସ୍ ଫୋରମ୍ କେପିଏଫ ପକ୍ଷରୁ ସଭାପତି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଦିଲ୍ଲୀ ଯାଇ ରେଳମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ରେଳ ସଂଯୋଗ କାର୍ଯ୍ୟ ଆରମ୍ଭ କରି କନ୍ଧମାଳ ବାସୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛନ୍ତି। ରେଳ ସଂଯୋଗ ହେଲେ କନ୍ଧମାଳ ଜିଲ୍ଲା ସହିତ ପାଖା ପାଖି ଜିଲ୍ଲା ଉପକୃତ ହେବେ ବୋଲି ଶ୍ରୀ ମହାପାତ୍ର |

Leave A Reply

Your email address will not be published.