ସର୍ବୋଦୟ ନେତା ରବିଦାଶଙ୍କୁ କଲାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

0

ଖାଦି ଉଦ୍ୟୋଗ ପୁନଃରୁଦ୍ଧାର ନେଇ ବୈଠକରେ ଗୁରୁତ୍ବାରୋପ

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ, ଛତା ଗ୍ରାମ ଠାରେ ସର୍ବୋଦୟ ନେତା ରବିଦାଶ୍ ଙ୍କୁ କଲହାଣ୍ଡି ବିକାଶ ପରିଷଦ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିବା ବେଳେ ରବିଦାଶ୍ ଙ୍କ ଜୀବନ ସଂଘର୍ଷମୟ ଥିବା ବେଳେ ନିର୍ଭୀକ ଭାବରେ କାର୍ଯ୍ୟ କ୍ଷରୁଥିବା ନେଇ ସ୍ମୃତି ଚରଣ କରିଛନ୍ତି। କଲହାଣ୍ଡି ବିକାଶ ପରିଷଦ ସଭାପତି ଅଜିତ ପଣ୍ଡା ସଭପତିତ୍ବ କରିଥିଲେ। ନୂଆପଡା ଉପାନ୍ତ ଅଞ୍ଚଳ ରେ କର୍ମ ସଂସ୍ଥା ସୃଷ୍ଟି କରିଥିଲେ। ଛତା ଏବଂ ସନବାହାଲି ଠାରେ ସୂତା କାଟି ଖାଦି କନା ପ୍ରସ୍ତୁତ କରିବା ନେଇ ଦୁଇ ଗୋଟି କାର୍ଯ୍ୟସ୍ଥଳୀ ସ୍ଥାପନ କରିଥିଲେ । ଏହି ଖାଦି ଉଦ୍ୟୋଗ ରେ ୧୩୦ ପରିବାରଙ୍କୁ ରୋଜଗାର ପ୍ରଦାନ କରିଥିଲେ। ୧୯୬୫ ମସିହାରେ ମରୁଡି ସମସ୍ୟାରେ ଲୋକଙ୍କ ହାତରେ ରୋଜଗାର ପ୍ରଦାନ କରିଛନ୍ତି। ତାଙ୍କ ମୃତ୍ୟୁ ପରେ ଖାଦି କର୍ମ ସଂସ୍ଥା ବନ୍ଦ ପଡି ରହିଅଛି। ଏହି ଖଦି ପୁଣି ଆରମ୍ଭ କରିବାକୁ ରବିଦାଶଙ୍କ ଝିଅ ଡଲି ଦାଶ୍। ସର୍ବୋଦୟ ନେତା ରତ୍ନାକର ମଣ୍ଡଳ, ତ୍ରିଲୋଚନ କଟା, ସୁରେଶ ମଲ୍ଲିକ,ହରେ ମୋହନ ମେହେର, ସହ ବହୁ କର୍ମୀମାନେ ଯୋଗ ଦେଇଥିଲେ। ଆସନ୍ତା ଡିସେମ୍ବର ୩ ତାରିଖ ଦିନ ରମାଦେବୀଙ୍କ ଜନ୍ମ ଦିନ ଉପଲକ୍ଷେ ସନବାହାଳି ଆରମ୍ଭ ହେବ।

 

Leave A Reply

Your email address will not be published.