ପୋଡ଼ାପାଡି ପଞ୍ଚାୟତ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ

0 1

କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପୋଡ଼ାପାଡି ପଞ୍ଚାୟତ ଅନ୍ତର୍ଗତ ବଡ ମାଟି କଣା ଡଙ୍ଗା ମୁଣ୍ଡି ପଡ଼ିଆ ଠାରେ ଆଜି ପୋଡ଼ାପାଡି ପଞ୍ଚାୟତ ର ୧୧ଗୋଟି ୱାର୍ଡ ର ସମସ୍ତ ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ରହି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ତୃଣ ମୂଳ ସ୍ତରରୁ କିପରି ବିଜୁଜନତା ଦଳ ର ପୂର୍ଣ୍ଣ ମାତ୍ରା ସମର୍ଥନରେ ୱାର୍ଡ ସଭ୍ୟ , ସରପଞ୍ଚ,ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ମାନେ ନିର୍ବାଚିତ ହୋଇ ନିଜ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେବେ ବୋଲି ଆଲୋଚନା ହୋଇଯାଇଛି | ଆଜିର ଏହି କର୍ମୀ ସମ୍ମିଳନୀ ରେ କିଛି ବିଜେପି ଓ କଂଗ୍ରେସର ଯୁବ ସଂଗଠକ ରଙ୍ଗା ମାଝୀ, ଅଭି ନାୟକ, ଖଗ ପତି ମାଝୀ, ଶୁରେଶ ଖରା, ପ୍ରସାଦ ମାଝୀ, ଶ୍ରୀଧର ମାଝୀ, ବୁଡୁ ମାଝୀ, ସନ୍ତୋଷ ମାଝୀ, ମକର ମାଝୀ, ବେଲଦାର ମାଝୀ, ଲିଶୀ ମାଝୀ ଓ ଗୋବିନ୍ଦ ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି
ଆଜିର ଏହି କର୍ମୀ ସମ୍ମିଳନୀ ରେ ପଞ୍ଚାୟତ ସଭାପତି ସୁଧୀର ଖରା, ବରିଷ୍ଟ ବିଜେଡ଼ି ନେତା ଦୟା ନିଧି ଖସ୍ଲା, ବିଜୟ ରତ୍ନ ଚୌଧୁରୀ, ରାମ କୁମ୍ଭାର, ଭିକାରୀ ମାଝୀ ,ଓ ପଞ୍ଚାୟତ ଛାତ୍ର ସଭାପତି ଗୋପାଳ କୃଷ୍ଣ ବେହେରା, ପଞ୍ଚାୟତ ଯୁବ ସଭାପତି ପ୍ରସାଦ ମାଝୀ ଏବଂ ବ୍ଲକ ବିଜୁ ଯୁବ ଜନତା ଦଳ ଉପ ସଭାପତି ଚନ୍ଦ୍ର ଶେଖର ପାତ୍ର ପ୍ରମୁଖ ଉପସ୍ଥିତ ରହି ଦଳୀୟ ନିର୍ଦ୍ଦେଶ କ୍ରମେ ସରପଞ୍ଚ ପ୍ରାଥି ଶ୍ରୀମତୀ ଲିଲାବତି ମଣ୍ଡିଙ୍ଗା ଓ ସମିତି ସଭ୍ୟ ସାଇକ ମାଝୀ ଙ୍କୁ ସର୍ବ ସମ୍ମତି କ୍ରମେ ବିଜୁ ଜନତା ଦଳର ପ୍ରାଥି ଭାବେ ଘୋଷଣା କରାଗଲା ଆଜିର ଏହି ବୈଠକ ଟିକୁ ଯୁବନେତା ସୀତ୍ୟା ମାଝୀ, ବିଜୁ ମାଝୀ ଗୁଣ ମାଝୀ ମଙ୍ଗଳ ଦାନ ନାୟକ ପାଲା ସ ନାୟକ ଗଙ୍ଗା ଧର ସାହାଣୀ ଉଦୟ ମାଝୀ ପ୍ରମୁଖ ଉପସ୍ଥିତ ରହି ପରି ଚାଳନା କରିଥଲେ |

Leave A Reply

Your email address will not be published.