ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

0 1

ବିଜେପୁର: ବିଜେପୁର ବ୍ଳକ ଅନ୍ତର୍ଗତ ଖରମୁଣ୍ଡା ଠାରେ ବରଗଡ ଜିଲ୍ଲା ଭାରଥ ସ୍କାଉଡ ଗାଇଡସ୍ଏବଂ ଓଡ଼ିଶା ସରକାର ମୋ ପରିବାର ତଥା ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଶାଳ ରକ୍ତଦାନ ଶିବିର ବରଗଡ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି lହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମାନ ସଦାନନ୍ଦ ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରକ୍ତଶିବିର ରେ ସମୁଦାୟ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l

ମୁଖ୍ୟ ଅତିଥି ଭାବେ  ଶ୍ରମମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ସମ୍ମାନିତ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ, ବରଗଡ ଜିଲ୍ଲା ବିଜୁ ଯୁବ ଜନତା ଦଳ ର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ,ଉପ ସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ, ବିଜେପୁର ଅଞ୍ଚଳ ର ବିଶିଷ୍ଟ ବିଜେଡି ଦଳର ନାରୀନେତ୍ରୀ ରଙ୍ଗିନୀ ମହାରଣା, ବିଜେପୁର ବିଜେଡି ମହିଳା ସଭାନେତ୍ରୀ ମିନୁ ଶର୍ମା, ଜିଲ୍ଲା ବିଜୁ ଯୁବ ଜନତା ଦଳ ର ମହିଳା ଡିଜିଟାଲ ସେକ୍ରେଟାରୀ ରସ୍ମିତା ମେହେର, ବରପାଲି ବ୍ଳକ ଡିଜିଟାଲ ସେକ୍ରେଟାରୀ ସୁଜିତ ଗଡତିଆ ପ୍ରମୁଖ ଏ ଅବସରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l

Leave A Reply

Your email address will not be published.