ପାର୍ବତୀ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ପୁସ୍ତକ ଲୋର୍କାପଣ

0

ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ)-:ଆଜି ଭଦ୍ରକ ଜିଲ୍ଲା ଲୋକପ୍ରିୟ ସାହିତ୍ୟିକା, ସରଳ ହୃଦୟର ବ୍ୟକ୍ତିତ୍ୱ ତଥା ହିରୋ ମେନେଜିଂ ପାର୍ଟନର ପ୍ରୀତିରଞ୍ଜନ ଜେନାଙ୍କ ମା ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଙ୍କ ଶାଶୁ ମା ୰ ପାର୍ବତୀ ବିଶ୍ବାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ‘ପ୍ରଣମ୍ୟା ପାର୍ବତୀ’ ନାମକ ପୁସ୍ତକର ଲୋକାର୍ପଣ ଉତ୍ସବ ଭଦ୍ରକର ସ୍ଥାନୀୟ ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି।।ଏହି ଅବସରରେ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ,ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ ମଲ୍ଲିକ, ବିଶିଷ୍ଟ ଲେଖିକା ଇତି ସାମନ୍ତ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ, ତିହିଡି ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ ଲତା ନାୟକ,ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁ,ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ବହୁ ମାନ୍ୟଗଣ୍ୟ ଅତିଥି ବୃନ୍ଦ ଯୋଗଦାନ କରି ସ୍ମୃତି ଚାରଣ କରିବା ସହିତ ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପାନ୍ଥନିବାସ ଠାରେ । ଆଜି ତାଙ୍କ ବାସଭବନ ଜଗନ୍ନାଥପୁର ଠାରେ ଦିବା ୧୧ ଟା ସମୟ ରେ ପ୍ରତିମୃର୍ତ୍ତି ଉନ୍ମୋଚନ କରାଯାଇଥିଲା | ପରେ ପାନ୍ଥ ନିବାସ ରେ ଏକ ବିରାଟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସେଠାରେ ଭଦ୍ରକର ବିଭିନ୍ନ ରାଜନୈତିକ ବ୍ୟକ୍ତି, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Leave A Reply

Your email address will not be published.