ଖଡ଼ଗପୁର ଏବଂ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ |

0 1

ଭୁବନେଶ୍ୱର:ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ଖଡ଼ଗପୁର ଏବଂ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଚଳିତ ମାସ 12 ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି |
08037 ଖଡ଼ଗପୁର – ଯାଜପୁର କେନ୍ଦୁଝର ରୋଡ଼ ସ୍ପେସିଆଲ ଆସନ୍ତା 12 ତାରିଖ ଠାରୁ ଖଡ଼ଗପୁରରୁ ଅପରାହ୍ନ ୪ଘ.୧୫ମି.ରେ ଛାଡି ଯାଜପୁର କେନ୍ଦୁଝର ରୋଡ଼ ଠାରେ ରାତ୍ରି ୯ଘ.୪୦ମି.ରେ ପହଞ୍ଚିବ | ଫେରିବା ଦିଗରେ ୦୮୦୩୮ ଯାଜପୁର କେନ୍ଦୁଝର ରୋଡ଼ – ଖଡ଼ଗ୍ପୁର ସ୍ପେସିଆଲ ଆସନ୍ତା 13 ତାରିଖ ଠାରୁ ଯାଜପୁର କେନ୍ଦୁଝର ରୋଡ଼ ଠାରୁ ଭୋର ୬ଘ.୧୦ମି.ରେ ଛାଡି ଖଡ଼ଗପୁର ଠାରେ ପୂର୍ବାହ୍ନ ୧୧ଘଟିକାରେ ପହଞ୍ଚିବ |
ଏହି ଟ୍ରେନ୍ ଗଠନରେ 03 ଟି ମୋଟର କାର୍ ଏବଂ 09 ଟି ମେମୁ କୋଚ୍ ଉପଲବ୍ଧ ଥିବାବେଳେ ଏହା ଖଡ଼ଗ୍ପୁର ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଉଭୟ ପାର୍ଶ୍ୱରୁ ହିଜଲି, ବେନାପୁର, ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଆଙ୍ଗୁଆ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ, ଅମର୍ଦା ରୋଡ, ବସ୍ତା, ନୁଆଗାଓଁ ମୟୂରଭଞ୍ଜ ରୋଡ, ହଲଦୀପଦା, ଟିକିରାପାଲ, ବାଲେଶ୍ୱର, ନୀଳଗିରି ରୋଡ, ଖନ୍ତାପଡ଼ା, ପଣପଣା, ବାହାନାଗା ବଜାର, ସୋରୋ, ସାବିରା, ମାର୍କୋନା, ରାଣୀତାଲ, ଭଦ୍ରକ, ବାଉଦପୁର, କପାଳୀ ରୋଡ, କେନ୍ଦୁଆପଦା, ମଞ୍ଜୁରୀ ରୋଡ, ଦୁଲାଖାପାଟଣା, ବୈତରଣୀ ରୋଡ ଏବଂ କୋରେଇ ଷ୍ଟେସନ ମାନଙ୍କ ଠାରେ ରହଣି କରିବ |

Leave A Reply

Your email address will not be published.