ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ସିର୍କି ଘାଇ ଠାରେ କନ୍ଧମାଳ ଗଣମାଧ୍ୟମ ସଙ୍ଘ ପକ୍ଷରୁ ୨୦/୨୧ ବର୍ଷର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ କନ୍ଧମାଳ ଗଣ ମାଧ୍ୟମ ସଂଘର ସଭାପତି ମିଲନ କଂହର, ଉପସଭାପତି ଗଗନ କୁମାର ପ୍ରଧାନ, ଫିଲିପ କୁମାର ଦିଗାଲ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, କେ.ଲିଲିମା ରାଓ, କ୍ଷୀରୋଦ କୁମାର ସାହାଣୀ, ସୂର୍ଯ୍ୟକାନ୍ତ ବେହେରା, ବାଲିଗୁଡା ଉପଖଣ୍ଡ ଗଣ ମାଧ୍ୟମ ସଙ୍ଘର ସମ୍ପାଦକ ସିମାଞ୍ଚଳ ସାହୁ, ବୈଦ୍ୟନାଥ ନାୟକ ଓ ସମସ୍ତ ବ୍ଲକର ପ୍ରତିନିଧି ଉପସ୍ଥିତ ଥିଲେ I ପ୍ରଥମେ ଉପସଭାପତି ଫିଲିପ କୁମାର ଦିଗାଲ ବୈଠକକୁ ଆରମ୍ବ କରି ସଭାପତି, ଉପସଭାପତି, ବରିଷ୍ଠ ସାମ୍ବାଦିକଙ୍କୁ ସ୍ବାଗତଂ କରିଥିଲେ I କନ୍ଧମାଳ ଗଣମାଧ୍ୟମ ସଙ୍ଘର ପାଖାପାଖି ଦୁଇ ବର୍ଷ ଧରି ବୈଠକ ହୋଇପାରିନଥିଲା I କରୋନା କଟକଣା ହେତୁ ଏହି ବର୍ଷର ଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବହୁ ଯେଉଁ ପଦବୀର କର୍ମକର୍ତା ନଥିଲେ ଆଜି ଚୟନ କରାଯାଇଥିଲା I କନ୍ଧମାଳ ଗଣମାଧ୍ୟମ ସଙ୍ଘର ଜିଲ୍ଲା ସାଧାରଣ ସମ୍ପାଦକ ଇମାନୁୟଲ ନାୟକ, ଯୁଗ୍ମ ସମ୍ପାଦକ ତପସ୍ୱିନୀ ମଲ୍ଲିକ, କନ୍ଧମାଳ ଗଣ ମାଧ୍ୟମ ସଙ୍ଘର ଆବାହକ ସୁବ୍ରତ କୁମାର ମହାନ୍ତି, ଉପଦେଷ୍ଟା କେ. ଲିଲିମା ରାଓଙ୍କୁ ଚୟନ କରାଯାଇଥିଲା I ପରିଶେଷରେ ଉପସଭାପତି ଫିଲିପ କୁମାର ଦିଗାଲ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସମାପ୍ତ କରିଥିଲେ I
Sign in
Sign in
Recover your password.
A password will be e-mailed to you.