ଧର୍ମଶାଳା : ଧର୍ମଶାଳା ଅବକାରୀ ବିଭାଗ ତରଫରୁ ଆଜି ପୂର୍ବାହ୍ନରେ ବିଭିନ୍ନ ଗ୍ରାମରେ ଚଢାଉ କରି ୪୧ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।ସୂଚନା ମୁତାବକ ଧର୍ମଶାଳା ଅବକାରୀ ବିଭାଗ ତରଫରୁ ଆଜି ପୂର୍ବାହ୍ନ ୧୦ଟାରେ ଧର୍ମଶାଳା ଥାନା କଣ୍ଟିଗଡିଆ ଗ୍ରାମରେ ଚଢାଉ କରି ଗ୍ରାମର ଅକ୍ଷୟ ଦଳେଇଙ୍କ ଘରୁ ୧୫ ଲିଟର ଦେଶୀ ମଦ ଓ ସ୍ବାଧୀନ ଦଳେଇଙ୍କ ଘରୁ ୨୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ବାଲିଚନ୍ଦ୍ରପୁର ଥାନା କଳାଶ୍ରୀ ଗ୍ରାମରେ ଚଢାଉ କରି ବାରିଣି ଦଳେଇଙ୍କ ପୁଅ ଅମୂଲ୍ୟ(୨୭)ଙ୍କ ଘରୁ ୬ ଲିଟର ଦେଶୀ ମଦ ଜବତକରିବା ସହ ସମସ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି । ଏହି ଚଢାଉ ଧର୍ମଶାଳା ଅବକାରୀ ବିଭାଗ ତରଫରୁ ସବ୍ ଇନିସପେକ୍ଟର ଭବାନୀ ଶଙ୍କର ସେଠୀ,ଏଏସଆଇ ଚକ୍ରଧର ଦାସ,ବିଶ୍ବନାଥ ଜେନା,କନେଷ୍ଟବଳ ଶିଶିର ପ୍ରଧାନ,ସୁଚିତ୍ରା ନାୟକ ଓ ମାଳତୀ ମାଝି ପ୍ରମୁଖ ସାମିଲ୍ ଥିଲେ ।
Sign in
Sign in
Recover your password.
A password will be e-mailed to you.