ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ଚଳିତ ମାସର ଶେଷ ରବିବାର ଦିନ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ଆଭାସୀ(ଅନ୍ ଲାଇନ୍) ମାଧ୍ୟମରେ ଶିଶୁ ସାହିତ୍ୟ ଆସର “ଆମ ଭାଷା , ସାହିତ୍ୟ ଓ ସଂସ୍କୃତି” ବିଷୟରେ ଆଲୋଚନା କରାଯାଇଥିଲା।
ପ୍ରଥମେ ପ୍ରାର୍ଥନା ଶିଶୁ ଶୁଭଲକ୍ଷ୍ମୀ ପାଣି , ଗୀତା ଶ୍ଳୋକ ଆବୃତ୍ତି ଶିଶୁ ପ୍ରଜ୍ୟୋତି ଚୌଧୁରୀ , ଜଗତ ଗୁରୁ ଶ୍ରୀ କୃପାଳୁ ମହାରାଜ ଆରତୀ ଶିଶୁ ପ୍ରଣତି ଭଉଣୀ ଏବଂ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଗତ ରବିବାର କାର୍ଯ୍ୟକ୍ରମର ବିବରଣୀ ପଠନ କରିଥିଲେ।
କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ଗୀତା ଶ୍ଳୋକ ଆବୃତ୍ତି ପ୍ରଶିକ୍ଷଣ ଦେବା ସହ ଦୀପାବଳି ବିଷୟରେ ଆଲୋକପାତ କରିଥିଲେ।
ପରେ କେନ୍ଦ୍ରର ଆଚାର୍ଯ୍ୟ ମନୋରମା ପତି ଏବଂ ଅଭିଭାବିକା ବିଷ୍ଣୁପ୍ରୀୟା ପଣ୍ଡା ସାପ୍ତାହିକ ଆଲୋଚନା କାର୍ଯ୍ୟକ୍ରମକୁ ତୁଲାଇଥିବା ବେଳେ ଶିଶୁ ଏ.ୟାଶିକା ବ୍ୟକ୍ତିଗତ ଭଜନ ଗାନ କରିଥିଲେ।
ମୁଖ୍ୟଅତିଥି ରୂପେ ଡ଼. କଲ୍ୟାଣୀ ମିଶ୍ର ଯୋଗ ଦେଇ”କୃପାଳୁ ଶିଶୁ ସାହିତ୍ୟ ଆସର” କାର୍ଯ୍ୟକ୍ରମ ତୁଲାଇଥିଲେ। ଏଥିରେ ସମସ୍ତ ଶିଶୁ ଏବଂ ଅଭିଭାବକ ବୃନ୍ଦ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post